ଓଡିଶା

ଜଟଣୀରୁ ୧୦ ଗ୍ରାମର ବ୍ରାଉନସୁଗାର ଜବତ

ଜଟଣୀ: ଜଟଣୀରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଜଟଣୀରେ ବେଆଇନ ଭାବେ  ବେପାର କରୁଛନ୍ତି ଧଳାଜହର ବେପାରୀ । କିଛିଦିନ ତଳେ ଜଟଣୀ ପୋଲିସ ହାତରେ ଜଣେ ଧଳାଜହର ବେପାରୀ ଗିରଫ ହୋଇଥିବାବେଳେ ଏହି ଘଟଣାକୁ ସପ୍ତାହେ ନ ପୂରୂଣୁ ପୁଣି ପୋଲିସର ଧରପଗଡ ଆରମ୍ଭ ହୋଇଛି । ଫଳରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ୧୦.୦୪ ଗ୍ରାମ ବ୍ରାଉନସୁଗାର, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ଦୁଇଟି ମୋବାଇଲ ଫୋନ୍ ଏବଂ ୧୭୫୦ ଟଙ୍କା ଜବତ କରିଛି । ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ ଟିମ୍ ଲୋକ କଲୋନୀସ୍ଥିତ ଭଗବତୀ ନିକଟରେ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, କିଛିଦିନ ତଳେ ଜଟଣୀ ଥାନାର ସ୍ୱତନ୍ତ୍ର ଟିମ୍ ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା । ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ୧୦.୭୦ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ମୋବାଇଲ ଫୋନ ଓ ମୋଟରସାଇକେଲ ଜବତ କରାଯାଇଥିଲା ।

ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା