ଓଡିଶା କଳା ସଂସ୍କୃତି

ଶ୍ରୀମନ୍ଦିରରେ ପାରମ୍ପରିକ ଦେବଦୀପାବଳି ଉତ୍ସବ ପାଳିତ

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ଯ୍ଯନ୍ତ ତିନିଦିନ ବ୍ଯାପୀ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ ଓଡିଶାର ବିଭିନ୍ନ ମନ୍ଦିରଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଏ। ଓଡିଶାର ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହା ବିଶେଷ ଭାବରେ ପାଳିତ ହୋଇଥାଏ। ସାକ୍ଷୀଗୋପାଳଠାରେ ମଧ୍ଯ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ।

ଶ୍ରୀମନ୍ଦିରରେ ଏହିଦୀପାବଳି ଉତ୍ସବ ଶ୍ରୀଜଗନ୍ନାଥ ଙ୍କ ପିତୃଶ୍ରାଦ୍ଧ ପରମ୍ପରାଭାବେ ଏକସ୍ବତନ୍ତ୍ର ନୀତିରେ ପାଳନ କରାଯାଏ। ପ୍ରଭୁଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇ ଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବବାଦରେ ପାଳନ କରାଯାଏ। ଶ୍ରୀଜୀଉମାନେ ତିନିଦିନ ଲୁଗା ଓ ଚଦର ପରିଧାନ କରି ଶ୍ରାଦ୍ଧବେଶରେ ସଜ୍ଜିତହୋଇ ପିତୃଗଣଙ୍କୁଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ଶ୍ରାଦ୍ଧସମୟର ବସ୍ତ୍ରକୁ କାଶୀଧଡିଆ ବସ୍ତ୍ର କୁହାଯାଏ। ଏହିବସ୍ତ୍ରର ରଙ୍ଗ ଶ୍ବେତବର୍ଣ୍ଣ ଓ ହଳଦିଆ ରଙ୍ଗ ଧଡିରେ ବଡବଡ କୁମ୍ଭମାନ ପଡି ଥାଏ। ଶ୍ରୀଜଗନ୍ନାଥଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୬-୧୮ ହାତ , ଚଉଡା ୫ ହାତ ଓ ଧଡିର ଓସାର ୧ ଫୁଟ। ସେହିଭଳି ବଳଭଦ୍ରଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୪ ହାତ, ଚଉଡା ୪ ହାତ ଓ କଳାବର୍ଣ୍ଣ ଧଡିର ଓସାର ୧ ଫୁଟ। ଦେବୀ ସୁଭଦ୍ରାଙ୍କର ପାଟବସ୍ତ୍ରର ଲମ୍ବ ୧୨ ହାତ, ଚଉଡା ୩ ଫୁଟ ୬ ଇଞ୍ଚ ଓ ନାଲି ରଙ୍ଗ ଧଡିର ଓସାର ୧ ଫୁଟ। ଏସବୁ ବସ୍ତ୍ର ସହିତ ଶ୍ରୀଜୀଉମାନଙ୍କୁ ଚାଦରରେ ମଣ୍ଡନ କରାଯାଇ ଶିରରେ ଶ୍ରୀକପଡା ନାମକ ସ୍ବତନ୍ତ୍ର ବସ୍ତ୍ରରେ ଶୋଭିତ କରାଯାଏ।

ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତା କର୍ଷକ ଶ୍ରାଦ୍ଧ ବେଶରେ ସଜ୍ଜିତ କରିଥାନ୍ତି। ଏହି ବେଶରେ ଠାକୁରମାନେ ନଳିଭୁଜ,କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ଯ, ଆଡକାନି, ତଡଗି , ହରିଡାମାଳି ଓ ଅଣ୍ଟା କମରପଟି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଥାନ୍ତି।ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ବାମନ ରୂପରେ ଦେବ ପିତାମାତା ସତ୍ଯଯୁଗର କଶ୍ଯପ ୠଷି ଓ ଅଦିତିଙ୍କ ପ୍ରତି ପିଣ୍ଡ ଓ ଦୀପୋତ୍ସର୍ଗ କରନ୍ତି । ମାର୍ଗଶିର ଅମାବାସ୍ଯା ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରୂପରେ ତ୍ରେତୟା ଯୁଗର ପିତା ଦଶରଥ ଓ କୈଶଲ୍ଯା ମାତାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ମାର୍ଗଶିର ଶୁକ୍ଳପ୍ରତିପଦ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର ପିତା ବସୁଦେବ ଓ ମାତା ଦେବକୀଙ୍କୁ ଏବଂ ନନ୍ଦ ଓ ଯଶୋଦାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି।

ସୂର୍ଯ୍ଯବଂଶର ବଷ୍ଣୁଭକ୍ତ ଗଜପତି ମହାରାଜା ଇନ୍ଦ୍ରଦ୍ଯୁମ୍ନ ବିଷ୍ଣୁଙ୍କ ଦର୍ଶନ ପାଇଁ ବହୁକାମନା କରିଥିଲେ। ସେ ପାଞ୍ଚଶହ ବର୍ଷ ମଧ୍ଯରେ ପ୍ରଭୁଙ୍କ ଆଜ୍ଞାରେ ଏକହଜାର ଅଶ୍ବମେଧ ଯଜ୍ଞକରି ଶ୍ରୀନୀଳମାଧବଙ୍କୁ ଦାରୁ ରୂପେ ପ୍ରାପ୍ତ ହୋଇଥିଲେ ବୋଲି କଥିତ ଅଛି। ପ୍ରଭୁଙ୍କ ଆଜ୍ଞା ରେ ବାଙ୍କୀମୁହାଣଠାରେ ଭାସୁଥିବା ଦାରୁ ଆଣି ମୂର୍ତ୍ତି ଗଠନ କଲେ। ଗୁଣ୍ଡିଚା ମନ୍ଦିରଠାରେ ବ୍ରହ୍ମାଙ୍କ ଆଜ୍ଞା ରେ ଯଜ୍ଞ କରାଇଥିଲେ। ଏକ ହଜାର ହାତ ଉଚ୍ଚରେ ବଡଦେଉଳ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଛି, ଯାହା କି ବର୍ତ୍ତମାନ ଲୁପ୍ତ । ଶ୍ରୀବଳଭଦ୍ର , ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଦି ତିନିମୂର୍ତ୍ତି ସ୍ଥାପନ କରି ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠା କରାଇଥିଲେ। ପ୍ରଭୁ ଶ୍ରୀନୀଳମାଧବ ଆୟୁଧ ଶ୍ରୀସୁଦର୍ଶନଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା ପାଇଲେ। ବରଦାନରେ ସେ ନିଜେ ବଂଶହୀନ ହେବା ପାଇଁ ତାଙ୍କ ପରେ କେହି ଅହଙ୍କାର କରିବେ ନାହିଁ । ତେଣୁ ଏହି ଦୀପାବଳିରେ ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ପ୍ରଭୁ ଶୁଭବସ୍ତ୍ର ଓ ଚଦର ପରିଧାନ କରି ପିତାମାତା ଭାବେ ରାଜା ଇନ୍ଦ୍ରଦ୍ଯୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ଏପରି ଭକ୍ତ ଓ ଭଗବାନ ଙ୍କ ସମ୍ପର୍କ ଦେଖିବାକୁ ବିରଳ। ଏହି ଦିନମାନଙ୍କରେ ପ୍ରଭୁଙ୍କର ଶ୍ରାଦ୍ଧବେଶ ଓ ଶ୍ରୀମନ୍ଦିରର ଆଲୋକସଜ୍ଜା ଅତ୍ଯନ୍ତ। ମନୋ- ମୁଗ୍ଧକର ହୋଇଥାଏ। ବିଧି ଅନୁସାରେ ଚୂନରା ସେବକ ମହାଦୀପ ଧରି ଶ୍ରୀମନ୍ଦିରକୁ ଦୀପରେ ସଜ୍ଜିତ କରିଥାନ୍ତି।ଶ୍ରୀମନ୍ଦିରର ଗୁମୁଟି, ରାଜନଅର ଓ ଶ୍ରୀମନ୍ଦିର କାର୍ଯ୍ଯାଳୟକୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଏ। ପିତୃଶ୍ରାଦ୍ଧ ଓ ଦୀପଦାନ ପରେ ଚୂନରା ସେବକ ଶ୍ରୀମନ୍ଦିରର ତିନି ଦେଉଳ ଉପରେ ମହାଦୀପ ଜାଳି ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ଦିଅନ୍ତି।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା