ରଙ୍ଗଣୀ ସାହିରେ ୧୪ ତମ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ

ଜଟଣୀ: ଜାଗେଶ୍ୱରୀ ୟୁଥ୍ କ୍ଲବ୍ କୁଦିଆରୀ ରଙ୍ଗଣୀ ସାହିରେ ୧୪ ତମ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ପୁଚି, ମ୍ୟୁଜିକ୍ ଚେୟାର, ଡ୍ରଇଂ, ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା I ଏହି ପ୍ରତିଯୋଗିତାରେ ଝୋଟିରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ ପ୍ରଜ୍ଞା ବେବର୍ତ୍ତା । ଦ୍ବିତୀୟ ସ୍ଥାନ ଲୋପାମୁଦ୍ରା ମହାପାତ୍ର ଏବଂ ତୃତୀୟ ସ୍ଥାନ ଲକ୍ଷ୍ମୀପ୍ରିୟା ସାହୁ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କ୍ଲବର ସଭାପତି ସଞ୍ଜୟ ବରିସଲ ପରିଚାଳନା କରିଥିବାଥିବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ