ଓଡିଶା

ପଦ୍ମପୁରରେ ବିଜେଡି ପାଇଁ ବୁମେରାଂ ହେବେ ବିଜେପିର ଷ୍ଟାର ପ୍ରଚାରକ ସୂରଜ ସୂର୍ଯ୍ୟବଂଶୀ

ପଦ୍ମପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିବେ ସୂରଜ ସୂର୍ଯ୍ୟବଂଶୀ । ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ବିଜେପି । ଶ୍ରୀ ମିଶ୍ର କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ । ସେ ନୂଆ କରି ବିଧାନସଭାକୁ ଆସିଛନ୍ତି । ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ଭୋଟରଙ୍କ ଉପରେ ରହିବ ।

ପଦ୍ମପୁର ଉପନିର୍ବାଚନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହିତ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ବିଜେପି ଦାୟିତ୍ୱ ଦେଇଛି । ଏତଦ୍ ବ୍ୟତୀତ ଓଡ଼ିଶାର ତିନି କେନ୍ଦ୍ର ମନ୍ତ୍ରୀ ମଧ୍ୟ ପଦ୍ମପୁର ଉପନିର୍ବାଚନ ଦାୟିତ୍ବ ନେବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ସେପଟେ ପଦ୍ମପୁର ପ୍ଲାନ ପ୍ରସ୍ତୁତ କରିବାକୁ ଆସୁଛନ୍ତି ସୁନୀଲ ବଂସଲ ।  

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା