ଓଡିଶା

ବିବାହ ପରେ କଲେ ପ୍ରେମ, ଶେଷରେ ଜୀବନ ହାରିଲେ ପ୍ରେମୀଯୁଗଳ…

କୋରାପୁଟ: ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ଜଣାପଡ଼ୁଥିବା ବୋରିଗୁମ୍ମା ଏସିଡିପିଓ ମଧୁଶିକ୍ତା ମିଶ୍ର କହିଛନ୍ତି ।

ମୃତ ଦୁଇ ପ୍ରେମୀଯୁଗଳ ହେଲେ ଲିଟୀମଝିଆ ଗ୍ରାମର ରାମଧର ଭୁମିଆ ଏବଂ ବଡ଼ମଝିଆ ଗ୍ରାମର ଦଇମତି । ଉଭୟେ ବିବାହିତ ଥିବା ଜଣାପଡିଛି । ରାମଧର ବିବାହିତ ଥିବାବେଳେ ତାଙ୍କର ଦୁଇଟି ଛୁଆ ଅଛନ୍ତି । ସେହିପରି ମୃତ ମହିଳା ମଧ୍ୟ ବିବାହିତ ଥିବାବେଳେ ତାଙ୍କର ୪ଟି ଛୁଆ ଅଛନ୍ତି । ତେବେ ମୃତ ମହିଳାଙ୍କ ସ୍ବାମୀ କିଛି ବର୍ଷ ହେବ ତାଙ୍କଠାରୁ ଦୂରରେ ରହୁଥିଲେ ।

ମୃତ ରାମଧର ଜଣେ ମିସ୍ତ୍ରୀ ଭାବେ କାମ କରୁଥିଲେ । ଏବଂ ତାଙ୍କ ପାଖରେ ଶ୍ରମିକ ଭାବେ କାମ କରି ଆସୁଥିଲେ ଦଇମତି । ଦୀର୍ଘଦିନ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥି୍ବା ନେଇ ସୂଚନା ଦେଇଛନ୍ତି ଗ୍ରାମବାସୀ । ମାତ୍ର ଉଭୟ ମୃତକଙ୍କ ବାପା ଏ ନେଇ କିଛି ଜାଣି ନଥିବା କହିଛନ୍ତି ।

ଏ ନେଇ ପୁଲିସ୍ ପକ୍ଷରୁ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରୁ ମୃତ ମହିଳାଙ୍କ ଫୋନ୍ ଏବଂ ୫୦୦ ଟଙ୍କାକୁ ଜବତ କରିଛି ପୁଲିସ୍ । ତେବେ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।

କୋରାପୁଟରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା