ଏକାଦଶ ରାଉଣ୍ଡ ଗଣତି ଶେଷ: ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର

ଧାମନଗର: ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର । ଅଷ୍ଟମ ରାଉଣ୍ଡ ପରଠାରୁ ଧୀରେ ଧୀରେ କମିବାରେ ଲାଗିଛି ଭୋଟ ବ୍ୟବଧାନ । ତେବେ ଏକାଦଶ ରାଉଣ୍ଡରେ ପୁଣି ସ୍ଥିତି ବଦଳୁଛି । ବିଜେପି ଆଗୁଆ ରହିଥିବା ଦେଖିବାକୁ ମିଳୁଛି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୩୧୦ ଭୋଟରେ ଆଗୁଆ ଥିବା ସୂଚନା ।
ଏକାଦଶ ରାଉଣ୍ଡରେ ବିଜେପିକୁ ୪୪୭୩, ବିଜେଡିକୁ ୪୦୦୮, କଂଗ୍ରେସକୁ ୧୫୧ ଭୋଟ୍ ମିଳିଥିବାବେଳେ ରାଜୁ ଦାସଙ୍କୁ ମିଳିଛି ଭୋଟ୍ ୩୭୨ ଖଣ୍ଡ ଭୋଟ୍ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୯ହଜାର ୭୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୪ହଜାର ୪୮୪ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨ ହଜାର ୪୬, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୬ହଜାର ୩୧୯ଖଣ୍ଡ ଭୋଟ ମିଳିଛି ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧, ନବମ ରାଉଣ୍ଡରେ ୫୨୬୫, ଦଶମ ରାଉଣ୍ଡରେ ୪୮୪୫ ଓ ଏକାଦଶ ରାଉଣ୍ଡରେ ୫୩୧୦ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।