ମନୋରଞ୍ଜନ

ହାପି ବାର୍ଥ ଡେ କିଙ୍ଗ ଖାନ୍

ଆଜି ହେଉଛି ବଲିଉଡ୍‌ର ବାଦଶାହା କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଜନ୍ମଦିନ । 57 ବର୍ଷ ବୟସରେ ପାଦ ଥାପିଲେ କିଙ୍ଗ୍ ଖାନ୍ । ତାଙ୍କ ଜନ୍ମଦିନ ଅବସରରେ ଆଜି ବଲିଉଡ ତଥା ହଲିଉଡ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହାରୁଖ ତାଙ୍କ ପୁଅ ଆବରାମଙ୍କ ସହିତ ମିଶି ମୁମ୍ବାଇ ସ୍ଥିତ ବାସଭବନ ମନତ୍ ରୁ ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

1୯୬୫ ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ ଖାନ୍ । ପିଲାଟି ଦିନରୁ ଶାହାରୁଖ୍‌ ନିଜ ମାମୁଁ ଘରେ ମାଙ୍ଗାଳୁରୁରେ ରହୁଥିଲେ । ଏହା ପରେ ଦିଲ୍ଲୀ ରାଜେନ୍ଦ୍ର ନଗରରେ ତାଙ୍କର ଆରମ୍ଭ ହୋଇଥିଲା ସ୍କୁଲ ଶିକ୍ଷା । ଦିଲ୍ଲୀର ପ୍ରସିଦ୍ଧ ସେଣ୍ଟ କଲମ୍ବସରେ ତାଙ୍କର ସ୍କୁଲ ଜୀବନ କଟିଥିଲା । ସ୍କୁଲରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ପାଠପଢ଼ା ସହିତ ଖେଳକୁଦରେ ମଧ୍ୟ ଶାହାରୁଖ୍‌ଙ୍କ ଖୁବ୍‌ ରୁଚି ଥିଲା ।

ପରେ ସେ ଦିଲ୍ଲୀ ହନ୍ସରାଜ କଲେଜ୍‌ରେ ଇକୋନୋମିକ୍ସ ବ୍ୟାଚଲର ଡିଗ୍ରୀ ପଢ଼ଇବା ପାଇଁ ନାମ ଲେଖାଇଲେ । କଲେଜ ପରେ ସେ ଜାମିଆ ମିଲିୟା ୟୁନିଭରସିଟିରେ ମାସ କମ୍ୟୁନିକେସନରେ ଆଡମିସନ ନେଲେ କିନ୍ତୁ ସେ ଡିଗ୍ରୀ ପୁରା କରିପାରିନଥିଲେ । କଲେଜ ଅପେକ୍ଷା ତାଙ୍କର ଅଧିକ ସମୟ ଥିଏଟର ଆକ୍ସନ ଗ୍ରୁପ୍‌ରେ କଟୁଥିଲା । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଶାହାରୁଖଙ୍କ ଅଭିନୟ ପ୍ରତି ରୁଚି ।

ଦିଲ୍‌ ଦରିଆ ନାମକ ଏକ ଟିଭି ସରିୟଲରୁ ଅଭିନୟଯାତ୍ରା ଆରମ୍ଭ କରିଥିଲେ କିଙ୍ଗ ଖାନ୍ । ଏହାପରେ ଫୋଜି ନାମକ ଆଉ ଏକ ସିରିୟଲରେ ମଧ୍ୟ ତାଙ୍କୁ ଚାନ୍ସ ମିଳିଥିଲା । ଯେଉଁଥିରେ ସେ ଅଭିମନ୍ୟୁ ଚରିତ୍ର ଲିଭାଇଥିଲେ । ତାପରେ ଅନେକ ଗୁଡିଏ ଟିଭି ସିରିୟଲରେ କାମ କରିବା ପାଇଁ ତାଙ୍କୁ ଅଫର ମିଳିଥିଲା ।

୧୯୯୧ ମସିହା ଅକ୍ଟୋବର ୨୫ରେ ଶାହାରୁଖ୍‌ ନିଜ କଲେଜ ବନ୍ଧବୀ ଗୌରୀ ଖାନ୍‌ଙ୍କୁ ବିବାହ କରିଥିଲେ । ଗୌରୀ ତାଙ୍କ ଜୀବନକୁ ଆସିବା ପରେ ସବୁ କିଛି ବଦଳି ଯାଇଥିଲା । ୧୯୯୨ରେ ଫିଲ୍ମ ‘ଦିୱାନା’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ବିଦ୍ୟା ଭାରତୀଙ୍କୁ । ଫିଲ୍ମ ସୁପରହିଟ୍‌ ହେବା ପରେ ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ୍ ମେଲ୍ ଡେବ୍ୟୁଟ୍ ଆୱାର୍ଡ ମିଳିଥିଲା । ପରେ ତାଙ୍କୁ ‘ରାଜୁ ବନଗୈୟା ଜେଣ୍ଟେଲ ମ୍ୟାନ୍’ ଭଳି ଅନେକ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ମିଳିଥିଲା ।

ବଲିଉଡ୍‌ରେ ଜଣେ ସଫଳ ନାୟକ ଭାବେ କିଙ୍ଗ୍ ଖାନ୍ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ହେଲେ ଡର୍‌ ଏବଂ ବାଜିଗର ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ତାଙ୍କୁ ବେଷ୍ଟ୍ ନେଗେଟିଭ୍‌ ରୋଲ୍‌ରେ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା । ଏହା ପରେ ବଲିଉଡ୍‌ରେ ଶାହାରୁଖ୍‌ଙ୍କ ଆରମ୍ଭ ହୋଇଥିଲା କିଙ୍ଗ ଅଫ୍‌ ରୋମାନ୍ସ ହେବାର ଯାତ୍ରା ।

‘କୁଛ୍‌ କୁଛ୍‌ ହୋତା ହୈ’, ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଯାଏଙ୍ଗେ’, ‘ଦିଲ୍‌ତୋ ପାଗଲ ହୈ’, ‘ଜବ୍ ତକ୍ ହେ ଜାନ୍’ ଭଳି ବ୍ୟାକ୍‌-ଟୁ-ବ୍ୟାକ୍‌ ଲଭ୍‌ଷ୍ଟୋରୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଫ୍ୟାନଙ୍କ ହୃଦୟରେ ଘର ତୋଳିଥିଲେ ଶାହାରୁଖ୍ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ‘ରାଉଡି ରାଠୋର ୨’ ପାଇଁ ଅପେକ୍ଷା ?

  • December 23, 2021
ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଉଡି ରାଠୋର’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଂଗାମା ସୃଷ୍ଟି କରିଥିଲା ​​| ମିଶ୍ରିତ ସମୀକ୍ଷା ପାଇବା ସହ, ଆକ୍ସନ୍ କମେଡି