ଓଡିଶା

ଏସ୍ପି ବାଇକରେ ଆସିଲେ ଏବଂ ସେକ୍ସ ରାକେଟର ପର୍ଦ୍ଦାଫାଶ୍ କଲେ

ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ । ଦିନକୁ ଦିନ ବ୍ରହ୍ମପୁର ସହରରେ ସେକ୍ସ ରାକେଟ କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଏକ ବଡ ଧରଣର ଚଢ଼ାଉ କରି ସଫଳତା ହାସଲ କରିଛି । ସହରର ମଧ୍ୟଭାଗରେ ଥିବା ଟାଟା ବେଞ୍ଜି ଛକରେ ଥିବା ତୁଳସୀ ଗେଷ୍ଟହାଉସରେ ପୋଲିସ ଚଢ଼ାଉ କରି ୧୦ଜଣ ଗ୍ରାହକଙ୍କୁ ଗିରଫ କରିଛି । ଏହା ସହ ଘଟଣାସ୍ଥଳରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ତୁଳସୀ ଗେଷ୍ଟ ହାଉସକୁ ଭଡା ସୂତ୍ରରେ ନେଇ ସେଠାରେ ସେକ୍ସ କାରବାର ଜାରି ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଏ ନେଇ ଏକ ଟିମ୍ ଗଠନ କରାଯାଇ ଉକ୍ତ ଗେଷ୍ଟ ହାଉସ ଉପରେ ନଜର ରଖାଯାଇଥିଲା । ଆଜି ସେଠାରେ ସେକ୍ସ କାରବାର ହେଉଥିବା ଖବର ପାଇ ତୁରନ୍ତ ଏସ୍ପି ଶ୍ରବଣ ବିବେକ ପୋଲିସ ଟିମ୍ ସହିତ ମଟୋର ସାଇକଲରେ ଆସି ସେଠାରେ ଚଢାଉ କରି ଏହି ସଫଳତା ହାସଲ କରିଛି ।

ବ୍ରହ୍ମପୁରରୁ ନିକୁଞ୍ଜ ବିହାରୀ ପଟ୍ଟନାୟକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା