ନଭେମ୍ବରରେ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ବାର୍ଷିକ ଉତ୍ସବ । ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ

ଚଳିତ ବର୍ଷ ନଭେମ୍ବର ୨୯ ଏବଂ ୩୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ୯୮ତମ ବାର୍ଷିକ ଉତ୍ସବ । ଏଥିରେ ସାରା ଭାରତ ବର୍ଷରୁ ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ । ଏହାସହ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏତଦ୍ ବ୍ୟତୀତ ରେଳ ମନ୍ତ୍ରାଳୟର ସିଇଓ, ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍, ଲଣ୍ଡନର ସାଧାରଣ ସମ୍ପାଦକ ଷ୍ଟିପେନ କୋଟନ, ଆଫ୍ରିକାରୁ ଉପାଧକ୍ଷ ନଜିମ୍ ଉସମାନ୍, ଉତ୍ତର ଆମେରିକାରୁ ଜୋନ୍ ବେକର୍, ଲଣ୍ଡନରୁ ନୋଏଲ୍ କର୍ଡଙ୍କ ସହ ବହୁ ଆନ୍ତର୍ଜାତୀକ ବ୍ୟକ୍ତିବିଶେଷ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେ ।
ଅପରପକ୍ଷେ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ମହାମନ୍ତ୍ରୀ ଶିବଗୋପାଳ ମିଶ୍ରଙ୍କ ସମେତ ୧୭ଟି ଜୋନର ସାଧାରଣ ସମ୍ପାଦକ ନିଜର ହଜାର ହଜାର କର୍ମଚାରୀଙ୍କ ସହିତ ପୁରୀ ଅଧିବେଶନରେ ଯୋଗ ଦେବେ । ଏ ନେଇ ଖୋର୍ଦ୍ଧା ରୋଡ ସ୍ଥିତ ସଂଗଠନ କାର୍ୟ୍ୟାଳୟରେ ବିସ୍ତୃତ ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀ । ଏହି ଅବସରରେ ଶ୍ରୀ ପାଟସାହାଣୀ ଆଗାମୀ ସମ୍ମିଳନୀର ଲୋଗୋ ଏବଂ ମାସ୍କଟକୁ ଉନ୍ମୋଚିତ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୋନାଲ୍ ଫାଇନାନ୍ସ ସେକ୍ରେଟାରୀ ଏମ୍.ଡି. ଜାକିରୁଦ୍ଦିନ୍, ଖୋର୍ଦ୍ଧା ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ଜୋନାଲ ଯୁବ ସଂଯୋଜକ ଅମ୍ରିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ