ଓଡିଶା

ହଠାତ୍ ପୋଲ ଭୁଷୁଡିଲା ଆଉ ତଳକୁ ଖସିଲା ଦୁଇଟି କାର୍

ପୋଲ ଉପରେ ଯାଉଥିଲା କାର୍ । ହଠାତ୍ ଭୁଷୁଡିଗଲା ପୋଲ । ଫଳରେ ପୋଲ ତଳକୁ ଖସିଲା କାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭାଗିରଥି ପାର୍କ ଫୁଲ ଝରଣା ପୂର୍ତ୍ତ ବିଭାଗ ରାସ୍ତାରେ ଏକ ପୋଲ ଭୁଷୁଡି ପଡିଛି । ଦୁର୍ଘଟଣାରେ କାରରେ ଥିବା ଜଣେ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ ଅଚାନକ ବ୍ରିଜଟି ଖସିପଡିଥିଲା । ଫଳରେ ଦୁଇଟି ଯାକ କାର ପୋଲ ତଳକୁ ଖସି ପଡ଼ିଥିଲା । କାର୍‌ ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଚାପି ହୋଇ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷେ ପୋଲଟି ଭୁଷୁଡି ପଡିବା ଯୋଗୁଁ ଭବାନୀପାଟଣାରୁ ଫୁଲ ଝରଣା ଏବଂ ଥୁଆମୂଳ ରାମପୁର ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଥିବାବେଳେ ଏ ନେଇଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଛି । ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରିଥାଏ । ଏଠାରେ ଅନ୍ୟ ବିକଳ୍ପ ରାସ୍ତା ନାହିଁ । ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭବାନୀପାଟଣାରୁ ୩ କିଲୋମିଟର ଦୂରରେ ରହିଛି ଏହି ବ୍ରିଜ୍ । ଏହି ପୁରୁଣା ବ୍ରିଜ୍‌ କିଛିଦିନ ତଳେ ମରାମତି କରାଯାଇଥିଲା । ନୂଆ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଥିଲେ ହେଁ ପ୍ରଶାସନ ଶୁଣି ନ ଥିଲା । ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

କୋଟପାଡରୁ ସୁନୀଲ ଦାଶଙ୍କ ରିପୋର୍ଟ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା