ଭୁବନେଶ୍ୱରରେ ଏନସିସିବିଏମ୍ ନୂତନ ବିଲ୍ଡିଂର ଶିଳାନ୍ୟାସ । ଏନସିସିବିଏମ୍ ଏକ ସ୍ୱୟଂ ଶାସିତ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ

ସ୍ଥାନୀୟ ମଂଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଠାରେ ନ୍ୟାସନାଲ କାଉନସିଲ୍ ଫର୍ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମେଟରିଆଲ୍ସ (ଏନସିସିବିଏମ୍)ର ସମ୍ପ୍ରସାରଣ ପାଇଁ “ରିସର୍ଚ୍ଚ ଆଣ୍ଡ ଲାବୋରଟୋରୀ” ବିଲ୍ଡିଂର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡିଶା ଇଣ୍ଡଷ୍ଟ୍ରିଜ୍ ଏନସିସିବିଏମ୍ ମହାନିର୍ଦ୍ଦେଶକ ଡ. ବିବେକାନନ୍ଦ ମହାପାତ୍ର, ଏନସିସିବିଏମ୍ ସଚିବ ଡ. ଏସ୍ କେ ଚର୍ତୁବେଦୀ, ହାଇଦ୍ରାବାଦ ଏବଂ ଭୁବନେଶ୍ୱର ଏନସିସିବିଏମ୍ ଯୁନିଟ୍ ଇନଚାର୍ଜ ଡ. ବି.ପାଣ୍ଡୁରଙ୍ଗା ରାଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଭାରତ ସରକାରଙ୍କ ପ୍ରୋତ୍ସାହନ ବିଭାଗର ସଚବି ଅନୁରାଗ ଜୈନ ଭୁବନେଶ୍ୱର ଏନସିସିବିଏମ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଯୁନିଟ୍ ପ୍ରତିଷ୍ଠା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକଳ୍ପ ସମାପ୍ତ ହେବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ସିମେଣ୍ଟ ଏବଂ ବିଲ୍ଡିଂ ମାଟେରିଆଲ୍ସର ମେକାନିକାଲ ଟେଷ୍ଟିଙ୍ଗ୍, କେମିକାଲ ଆନାଲିସିସ୍, କଂକ୍ରିଟ୍ ମିଶ୍ରଣ ଅନୁପାତ ଲ୍ୟାବ୍, କଂକ୍ରିଟ୍-ନନ୍ ଡେଷ୍ଟ୍ରକଟିଭ୍ ଟେଷ୍ଟିଙ୍ଗ୍ ଲାବୋରେଟୋରୀ ଆଦି ପରିଦର୍ଶନ କରିବା ସହ ଭୁବନେଶ୍ୱର ଏନସିସିବିଏମ୍ ପରିସରରେ ଚାରା ରୋପଣ କରିଥିଲେ ।

ଏନସିସିବିଏମ୍ ହେଉଛି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ପ୍ରୋତ୍ସାହନ ବିଭାଗର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଅଧୀନରେ ଥିବା ଏକ ସ୍ୱୟଂ ଶାସିତ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ । ବଲ୍ଲଭଗଡ (ଦିଲ୍ଲୀ ଏନସିଆର)ରେ ଏହାର କର୍ପୋରେଟ୍ ଅଫିସ୍ ଏବଂ ହାଇଦ୍ରାବାଦ ଏବଂ ଭୁବନେଶ୍ୱରରେ ଏହାର ୟୁନିଟ୍ ରହିଛି ।
ଏନସିସିବିଏମ୍ ୨୦୦୧-୨୦୧୦ ମଧ୍ୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓ.ଏସ୍.ଡି.ଏମ୍.ଏ)କୁ ଏବଂ ୨୦୧୬-୨୦୨୧ ମଧ୍ୟରେ ଇଡ୍କୋକୁ ତୃତୀୟ ପକ୍ଷ ଗୁଣବତା ସେବା ଯୋଗାଇ ଦେଇଥିଲା । ଓଡିଶାରେ ଫସଫୋଜିପ୍ସମ୍, ଫ୍ଲାଏ ଆସ୍, ରେଡ୍ ମଡ୍ ଏବଂ ସ୍ଲାଗ୍ ପରି ବହୁ ପରିମାଣର ଶିଳ୍ପ ବର୍ଜ୍ୟବସ୍ତୁ ରହିଛି । ତେଣୁ ଉଭୟ ସିମେଣ୍ଟ ଏବଂ ନିର୍ମାଣ କ୍ଷେତ୍ରରେ ଏହି ସାମଗ୍ରୀର ସର୍ବାଧିକ ବ୍ୟବହାର ପାଇଁ ଅନୁସନ୍ଧାନ କରାଯାଇପାରିବ । ଏନସିସିବିଏମ୍ ଭୁବନେଶ୍ୱର ଆଇଏସ୍ଓ ୧୭୦୨୫:୨୦୧୭ ଏନ୍ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଫିଜିକାଲ୍ ଆଣ୍ଡ କେମିକାଲ୍ ଲାବୋରଟୋରୀଗୁଡିକ ସମସ୍ତ କଚାଂମାଲ୍, ଇନ୍-ପ୍ରୋସେସ୍ ସାମଗ୍ରୀ, ସିମେଣ୍ଟ ଏବଂ କଂକ୍ରିଟ୍ ନମୁନା ପରୀକ୍ଷଣ ପାଇଁ ଓଡିଶାରେ ୧୪ଟି ସିମେଣ୍ଟ ପ୍ଲାଣ୍ଟ ଏବଂ ଗ୍ରାଇଣ୍ଡିଂ ୟୁନିଟ୍ ଯୋଗାଇବ । ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯଥା କିଟ୍ ଡିୟୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଏନ୍ଆଇଟି ରାଉରକେଲା ଏବଂ ଏନସିସିବିଏମ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ଗ୍ରୀନ୍ ବିଲ୍ଡିଂ ଟେକ୍ନୋଲୋଜି ନୂତନ ଗବେଷଣା ଏବଂ ଲାବୋରେଟୋରୀ ସୁବିଧା ନିର୍ମାଣରେ ଅନ୍ତର୍ଭୁକ୍ତ ହେବ ଯାହାକି ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଓଡିଶା ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସହ ପିଏସୟୁ ଏକାଡେମିକ୍, ଶଳ୍ପ ବର୍ଜ୍ୟବସ୍ତୁ ଉତ୍ପାଦନ କାରଖାନା, ଓଡିଶାର ସିମେଣ୍ଟ ଉତ୍ପାଦନ କାରଖାନା ଏବଂ ଛାତ୍ରଛାତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ୧୦୦ରୁ ଅଧିକ ଏହି ସମାହୋରରେ ଯୋଗ ଦେଇଥିଲେ ।