କାଳୀ କରାଳ ବଦନା। ପବିତ୍ର ଦୀପାବଳିରେ ଶାକ୍ତ ଉପାସନାରେ କାଳୀ ।

କାଳୀ କରାଳ ବଦନା। ନବଚନ୍ଦ୍ର ଚୁଡା ।ଆଲୋକର ପର୍ବ ଦୀପାବଳି ଭାରତର ସର୍ବତ୍ର ଲକ୍ଷ୍ମୀଙ୍କ ଉପାସନା ହେଉଥିବା ବେଳେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ମହମାୟୀ କାଳୀଙ୍କୁ ଆରାଧନା କରାଯାଇଥାଏ। ପବିତ୍ର ଦୀପାବଳିକୁ ଆମ ଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହିଦିନ ସମସ୍ତ ଗୃହ ଓ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇ ଥାଏ। ଏହାସହ ମାଆ ଶ୍ୟାମାକାଳୀଙ୍କ ସ୍ୱତନ୍ତ୍ର ଆରାଧନା କରାଯାଏ। ବଡ଼ ଅଦ୍ଭୂତ ମାଆ ଙ୍କ ସ୍ୱରୂପ। ମୁକ୍ତକେଶି, ବିବସନା ସହିତ ସିଏ ମୁଁଣ୍ଡ ମାଳା ବିଭୂଷିତା। ଏପରି ରୂପ ସମ୍ପର୍କରେ ସୁନ୍ଦର ଆଖ୍ୟା ୟିକା ଆମ ଶାସ୍ତ୍ରରେ ଦେଖିବାକୁ ମିଳିଥାଏ।
ଶାସ୍ତ୍ର ଅନୁସାରେ ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅଶୁରମାନଙ୍କ ସହ ଲଢିଲେ । ଶେଷରେ ମହିଶାଷୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ । ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣସି ବିଦ୍ୟା ନଥିଲା।
ଗୋଟିଏ ପରେ ଗୋଟିଏ ଅଶୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ । ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ । ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ ।
ଏହାପରେ ସେହି ସମୟରେ ମା’ଙ୍କୁ ଅନେକ ବିଦ୍ଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି। ତେବେ ଅନେକ ଲୋକ ଭାବନ୍ତି ଯେ, ଦୀପାବଳୀରେ କାହିଁକି କାଳୀଙ୍କୁ ପୂଜା କରାଯାଏ। କାରଣ ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ । ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ । ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ବର୍ତମାନ ସମୟରେ ଭାରତରେ ଅନେକ ସ୍ଥାନରେ କାଳୀପୂଜା ବଡ ଧୁମଧାମରେ ପାଳନ କରାଯାଉଛି ।( ସଂଗୃହିତ )