ବିସିସିଆଇର ଅଧ୍ୟକ୍ଷ ହେଲେ ରୋଜର୍ ବିନ୍ନି

ବିସିସିଆଇକୁ ମିଳିଲେ ନୂଆ ସଭାପତି । ଆଜି ରୋଜର୍ ବିନ୍ନିଙ୍କ ସଭାପତି ପଦରେ ଲାଗିଛି ମୋହର । ବିସିସିଆଇର ନୂଆ ଅଧ୍ୟକ୍ଷ ହୋଇଛନ୍ତି ରୋଜର୍ ବିନ୍ନି । ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜର୍ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି । ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ଏବେ ବିନ୍ନି ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ରୋଜର ବିନ୍ନି ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ ।
୬୭ ବର୍ଷିୟ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ଆଶାୟୀ ଥିଲେ । ତାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଭରିନଥିଲେ । ତେଣୁ ବିନ୍ନି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ରୋଜର ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ସଭାପତି ରହିଥିଲେ । ହେଲେ ଏବେ ବିସିସିଆଇ ଅଧ୍ୟକ୍ଷ ହେବା ପରେ ସେ ଏହି ପଦକୁ ଛାଡି ଦେଇଛନ୍ତି ।
୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍ରେ ଥିଲେ ରୋଜର୍ ବିନ୍ନି । କପିଲ ଦେବଙ୍କ ସହ ଘନିଷ୍ଠ ସଂପର୍କ ରଖିଥିବା ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ । ୮୩ ବିଶ୍ୱକପ୍ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବି ବିନ୍ନିଙ୍କ ନାଁରେ ରହିଛି ।