ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଫଳରେ ଜଣେ ଶିକ୍ଷୟତ୍ରୀଙ୍କ ସମେତ ଜଣା ଛାତ୍ର ଗୁରୁତର ଥିବା ସୂଚନା । ସୂଚନା ଅନୁସାରେ ଗଣ୍ଡାନାଳି ଶିଶୁମନ୍ଦିର ଟାଟା ମ୍ୟାଜିକ ଗାଡି ପିଲାଙ୍କୁ ନେଇ ଯାଇଥିବା ସମୟରେ ପଛପଟୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ଶିକ୍ଷୟତ୍ରୀ ଉଷାପ୍ରଧାନ ଓ ଜଣେ ଛାତ୍ର ସମ୍ବିତ ସାମଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟଲୋକ ତୁରନ୍ତ ଉଦ୍ଧାର କରି ରାସୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକ ରହିଥିଲା । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ ପରିବହନ ବିଭାଗ ଏବଂ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହିନ୍ଦୋଳ ଜନସାଧାରଣ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ସୁଜିତ କୁମାର ବେହେରା