ଓଡିଶା

ଓଏଏସ୍ ପରୀକ୍ଷାରେ ତିନିଥର ଫେଲ୍ ହେବାପରେ ଶେଷରେ ସଫଳ ହେଲେ ରାଜେନ୍ଦ୍ର

ଦୃଢ ଇଚ୍ଛା ଶକ୍ତି ହିଁ ପରୀକ୍ଷାରେ କରିଛି ସଫଳ । ତିନି ତିନି ଥର ପରୀକ୍ଷା ଦେଇ ସେ ଅକୃତକାର୍ଯ୍ୟ ହୋଇଥିଲେ । ମାତ୍ର ତାଙ୍କର ଦୃଢ ଇଚ୍ଛା ଶେଷରେ ତାଙ୍କୁ ସଫଳତାର ସ୍ବାଦ ଚଖାଇଛି । ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପି. ନୂଆଗାଁର ରାଜେନ୍ଦ୍ର ଜେନା 118 ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ବାରମ୍ବାର ଅକୃତକାର୍ଯ୍ୟ ହେବା ପରେ ଧର୍ଯ୍ୟହରା ନ ହୋଇ ବରଂ ଏହାର କାରଣ ଖୋଜି ସେ ଦିଗପ୍ରତି ତର୍ଜମା କରିବା ସହ ସେହି ବିଷୟରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ ରାଜେନ୍ଦ୍ର । ଆଉ ଶେଷରେ ସେ ସଫଳତା ମଧ୍ୟ ହାସଲ କରିଛନ୍ତି । ତେବେ ସେ କୃତକାର୍ଯ୍ୟ ହେବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଗଞ୍ଜାମ ଜିଲ୍ଲାର ପିଲା ହୋଇ ଯଦି ତାଙ୍କୁ ଗଞ୍ଜାମରେ କାମ କରିବାର ସୁଯୋଗ ମିଳେ ତେବେ ସେ କଣ କରିବେ । ରାଜେନ୍ଦ୍ର ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଗଞ୍ଜାମରୁ ବହୁତ ଯୁବକ ଦାଦନ ଖଟିବାକୁ ଗୁଜୁରାଟ ଯାଇ ବୟନ ଶିଳ୍ପରେ କାମ କରୁଛନ୍ତି । ଏଣୁ ଯଦି ପ୍ରଶାସନ ସହଯୋଗ କରେ ତେବେ ସେ ବୟନ ଶିଳ୍ପ ପାଇଁ ଚେଷ୍ଟା କରିବା ସହ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ତେବେ ରାଜେନ୍ଦ୍ରଙ୍କ ସଫଳତାରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା