ଓଡିଶା କଳା ସଂସ୍କୃତି

ଶ୍ରୀ ମନ୍ଦିରରେ ଶାକ୍ତ ଗୁଣ୍ଡିଚା । ଅନ୍ୟ ଅର୍ଥରେ ଏହା ଗୁପ୍ତ ଗୁଣ୍ଡିଚା ନାମରେ ପ୍ରସିଦ୍ଧ।

ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗାମାଧବ ଉପାସନାକୁ ବୁଝାଇଥାଏ । ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ ।

ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ । ପୂର୍ବେ ପ୍ରତ୍ୟେକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ , ଏହାହିଁ ଥିଲା ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ । ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖାଯାଇଥାଏ । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି ।

ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ରଥ ଆକୃତି ବିମାନରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି, ଏହାକୁ ଶାକ୍ତ ଗୁଣ୍ଡିଚା / ଗୁପ୍ତ ଗୁଣ୍ଡିଚା କୁହାଯାଏ।

” ବିମଳା ସା ମହାଦେବୀ ଜଗନ୍ନାଥାସ୍ତୁ ଭୈରବଃ ”

ଶ୍ରୀକ୍ଷେତ୍ର ଏକ ତନ୍ତ୍ରପୀଠ ନାମରେ ପରିଚିତ । କ୍ଷେତ୍ରେଶ୍ୱରୀ ମା ବିମଳା ହେଉଛନ୍ତି ଭୈରବୀ ଓ କ୍ଷେତ୍ରେଶ୍ୱର ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୈରବ । “ତ୍ୱମମ୍ବା ସର୍ବଭୂତାନାଂ ଦେବ ଦେବୋ ହରି ପିତା ” । ଉତ୍କଳର ଦୁର୍ଗା ମାଧବ ଉପସନା ମହାମାୟୀ ଦୁର୍ଗାଙ୍କୁ ଜଗତଜନନୀ ଏବଂ ହରିଙ୍କୁ ଜଗତପିତା ରୂପରେ ପ୍ରତିପାଦିତ କରିଛି । ପୁଣି ଯଦି ଆମେ ଅପରାଜିତା ସ୍ତୋତ୍ରକୁ ଅନୁଧ୍ୟାନ କରିବା ସେଥିରେ ପ୍ରାରମ୍ଭରୁ ବିଷ୍ଣୁ ଓ ଦୁର୍ଗାଙ୍କ ସ୍ତୁତି ମିଶ୍ରିତ ଭାବେ ରହିଛି । ସୂକ୍ଷ୍ମ ଦୃଷ୍ଟିରୁ ଦେଖିବାକୁ ହେଲେ ଅଦ୍ଵୈତ ତତ୍ତ୍ୱର ପ୍ରତିପାଦକ ହିଁ ଦୁର୍ଗାମାଧବ ତତ୍ତ୍ୱର ମୌଳିକ ଲକ୍ଷ୍ୟ । ସ୍ଥୂଳତଃ ଶାକ୍ତ ଓ ବୈଷ୍ଣବଙ୍କର ଏଥିରେ ସମନ୍ଵୟ ହେଉଛି ଏହି ଉପସନାର ଲକ୍ଷ୍ୟ । ( ସଂଗୃହିତ )

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା