ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନୟନ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନୟନ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଏ ସମ୍ପାଦକ, ବ୍ରହ୍ମପୁର ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଚେୟାରମ୍ୟାନ ସଞ୍ଜିବ ରାଉତ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଏ.ମିରାରାଣୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଅଧ୍ୟକ୍ଷା ପିଜିଟି ପଦାର୍ଥ ବିଜ୍ଞାନ, ପିଜିଟି ରସାୟନ ବିଜ୍ଞାନ, ଟିଜିଟି ହିନ୍ଦି, ଟିଜିଟି ସଂସ୍କୃତ, ସଙ୍ଗୀତ ଶିକ୍ଷକ ପଦ ଖାଲିଥିବା ପ୍ରକାଶ କରିଥିଲେ । ଏହି ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଇବା ପାଇଁ ନିଷ୍ପତି କରାଯାଇଥିଲା । ଚଳିତ ବର୍ଷ ପାସ୍ ହାର ଶତ ପ୍ରତିଶତ ହୋଇଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦିଆଯିବା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କମଧ୍ୟରେ ବିଦ୍ୟାଳୟର ଉପାଧ୍ୟକ୍ଷା ତଥା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ସରପଞ୍ଚ କାଶୀନାଥ ବେହେରା, ମହେଶ୍ବର ବରାଡ, ଶୁଚିତ୍ରା ମହାନ୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ