ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ: ଥାନାବାବୁ

କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ସଭାପତିତ୍ୱରେ କୋଦଳା ପୋଲିସର “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ଥାନାରେ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ, “ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ ବୋଲି ଉଦବୋଧନ ଦେଇଥିଲେ” । ଏପରିକି ଗ୍ରାମବାସୀଙ୍କୁ ବିଭିନ୍ନ ଦିଗପ୍ରତି ସଚେତନ କରାଇବା ସହିତ କୌଣସି ସମସ୍ୟା ହେଲେ ଥାନାକୁ ଆସିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ସମାଜରେ ଘଟୁଥିବା କୁପ୍ରଥା ଯଥା ଗୁଣି ଗାରେଡି ସମ୍ବନ୍ଧୀୟ ସମସ୍ୟା ଉପରେ ସମ୍ୟକ ସୂଚନା ପ୍ରଦାନ କରିବା ସହିତ ଯଦି ସମାଜରେ ଏଭଳି ପରିସ୍ଥିତି ଦେଖାଯାଏ ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରି ଥାନାର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ଅସୁବିଧା ସମୟରେ ତୁରନ୍ତ ଟୋଲ ଫ୍ରି ନମ୍ବର 112କୁ ଡାଏଲ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସବ୍ ଇନିସ୍ପେକ୍ଟର ମନୋରଞ୍ଜନ ପ୍ରଧାନ, ଏଏସ୍ଆଇ ଗୀତିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ