ମା’ କଟକ ଚଣ୍ଡୀଙ୍କର ନବରାତ୍ର ପୂଜା ଦେଖିବାକୁ ଭକ୍ତଙ୍କର ଭିଡ଼

ମା’ କଟକ ଚଣ୍ଡୀଙ୍କର ନବରାତ୍ର ପୂଜା ଦେଖିବାକୁ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପାର୍ବଣରେ ଦେବୀପୀଠ ମାନଙ୍କରେ ଚାଲିଛି ଷୋଡ଼ଶ ଉପଚାର ପୂଜା । କଟକରେ ମଧ୍ୟ ମା’ କଟକ ଚଣ୍ଡୀଙ୍କର ଷୋଡଶ ଉପଚାର ପୂଜା ଚାଲିଛି । ରବିବାର ଦିନ ମାତଙ୍ଗୀ ବେଶରେ ଶୋଭା ପାଇଥିଲେ ମା’ କଟକ ଚଣ୍ଡୀ ।

ଆଜିଠାରୁ ନବରାତ୍ର ଆରମ୍ଭ । ମା’ ଆଜି ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛଥନ୍ତି । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ବିଭିନ୍ନ ରୀତିନୀତିର ସହ ୧୬ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜା ସହିତ ଭିନ୍ନ ଭିନ୍ନ ବେଶ କରାଯାଉଛି ।

ଆଜି ଭୋର ସମୟରୁ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇ ପ୍ରଥମେ ଆଳତି ପରେ ପରେ ସ୍ନାନ, ଦୈନିକ ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା ।
କଟକରୁ ଅଭୟ ଜେନା