ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ

ଶରତ କାଳୀନ ଦୁର୍ଗାପୂଜା ଅବସରରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ ବ୍ରତ । ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ ।ଶରତକାଳୀନ ଦେବୀପୂଜାରେ ବିଶେଷକରି ଏହି ନବରାତ୍ର ବ୍ରତ ବିଧିପୂର୍ବକ କରିବା ଉଚିତ। ସେହିପରି ବସନ୍ତକାଳୀନ ଦେବୀପୂଜା ରେ ଏହି ବ୍ରତକୁ ପ୍ରେମପୂର୍ବକ ପାଳନ କରିବା ଉଚିତ୍,ଏହି ଶରତ ଓ ବସନ୍ତ ନାମକ ଦୁଇଋତୁ ସକଳ ଜୀବଜଗତ ପାଇଁ ଯମଦଂଷ୍ଟ୍ରା ବୋଲି କୁହାଯାଇଛି, (ଯମଦଂଷ୍ଟ୍ରା:= ଋତୁସନ୍ଧି କାଳ, ଯେଉଁ ସମୟରେ ମନୁଷ୍ଯର ବେଶୀ ରୋଗ ହୁଏ )
ଶରତ ତଥା ବସନ୍ତ ନାମକ ଦୁଇଋତୁ ସଂସାରରେ ପ୍ରାଣୀ ମାନଙ୍କପାଇଁ ଅତ୍ୟନ୍ତ ଦୁର୍ଗମ ଅଟେ, ଅତଏବ, ଆତ୍ମକଲ୍ୟାଣ ଓ ସାମୂହିକ କଲ୍ୟାଣ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିକୁ ବହୁତ ଯତ୍ନ ସହକା ରେ ଏହି ନବରାତ୍ରୀ ବ୍ରତ କରିବା ଉଚିତ୍।ଏହି ଶରତ ଓ ବସନ୍ତ ନାମକ ଦୁଇଋତୁ ବହୁତ ଭୟାନକ ଅଟନ୍ତି,ଏବଂ ପଶୁପକ୍ଷୀ ଓ ମାନବ ମାନଙ୍କ ପାଇଁ ଭୀଷଣ ରୋଗ ଉତ୍ପନ୍ନ କରାଏ। ଏହି ଦୁଇଋତୁ ସମସ୍ତଙ୍କର ବିନାଶ କରିଦିଏ, ସେଥିପାଇଁ ହେ ରାଜନ୍, ବୁଦ୍ଧିମାନ ବ୍ୟକ୍ତିମାନେ ଶୁଭ ଚୈତ୍ର ଓ ଆଶ୍ବିନମାସରେ ଭକ୍ତିପୂର୍ବକ ଆଦିପରାଶକ୍ତି ଚଣ୍ଡିକା ଦେବୀଙ୍କ ପୂଜା କରିବା ଉଚିତ୍।
ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ସ୍ୱରୂପ ପୂଜା କରାଯାଏ । ହିମାଳୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ସେ ସତୀ ନାମରେ ପରିଚିତ ଥିଲେ । ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ । ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । କଳଶ ସ୍ଥାପନା କରି ଆଶ୍ୱିନ ଶୁକ୍ଲା ପ୍ରତିପଦାରେ ମାଆଙ୍କର ପୂଜା ଆରମ୍ଭ କରାଯାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ । ଏହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ମିଳିଥାଏ ।