ଓଡିଶା କଳା ସଂସ୍କୃତି

ମହାଳୟା ଶ୍ରାଦ୍ଧର ବୈଜ୍ଞାନିକ ଓ ଶାସ୍ତ୍ରୀୟ ବିଧାନର କାରଣ

ଶ୍ରାଦ୍ଧନିପୁଷ୍ଟିକାମାଶ୍ଚ ୟେ କରିଷ୍ୟନ୍ତି ମାନବାଃ
ତେଭ୍ୟଃ ପୁଷ୍ଟିଂ ପ୍ରଜାଂଶ୍ଚୈବ ଦାସ୍ୟନ୍ତି ପିତରଃ ସଦା ।
ପ୍ରେତାଂପିତୃଶ୍ଚ ନିର୍ଦ୍ଦେଶ୍ୟ ଭୋଜ୍ୟଂ ୟତପ୍ରିୟ ମାତ୍ମନଃ
ଶ୍ରଦ୍ଧୟାଦିୟତେ ୟତ୍ରୟତ ଶ୍ରାଦ୍ଧଂ ପରି କିର୍ତୀତମ ।।

ଶାସ୍ତ୍ର ଅନୁଯାୟୀ ଆମ ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହିତ ମନେ ପକାଇବା ଏବଂ ପିଣ୍ଡଦାନ କରିବା ହେଉଛି ଶ୍ରାଦ୍ଧ । ଅର୍ଥାତ୍ ଯେଉଁ ବ୍ୟକ୍ତି ଶ୍ରାଦ୍ଧ ଦିଏ ଏବଂ ସେମାନଙ୍କ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରେ ସେହି ବ୍ୟକ୍ତି ପିତୃପୁରୁଷଙ୍କ ଆଶୀର୍ବାଦ ଲାଭ କରେ । ଶ୍ରାଦ୍ଧ ଆମ ହିନ୍ଦୁ ପରମ୍ପରାର ଏକ ପ୍ରମୁଖ ଅଂଶ । ଗରୁଡ ପୁରାଣ ମୁତାବକ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଆମେ ଅନ୍ତିମ ସଂସ୍କାର ସହ ତାଙ୍କର ପିଣ୍ଡଦାନ କରିଥାଉ । ଜଣେ ଗୃହସ୍ଥ ବର୍ଷକ ମଧ୍ୟରେ ୪ଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବରେ କରିବାର ବ୍ୟବସ୍ଥା ଅଛି । ସେଗୁଡିକ ହେଲା- ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଏବଂ ପୟାଶ୍ରାଦ୍ଧ ।

ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ‘ପିତୃପକ୍ଷ’ କୁହାଯାଏ । ଏହି ପକ୍ଷର ଆମାବାସ୍ୟା ‘ମହାଳୟା ଅମାବାସ୍ୟା’ ନାମରେ ପାଳିତ ହୁଏ । ପିତୃଗଣଙ୍କ ଉଦେଶ୍ୟରେ ଦାନ ବା ଉତ୍ସର୍ଗକୁ ‘ପିତୃପର୍ବ’ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାରୁ ଅମବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳିତ ହୁଏ।ତେବେ ଚତୁର୍ଦ୍ଦଶୀ ଯାଏଁ ତିଳତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ ।ବାର୍ଷିକ ଶ୍ରାଦ୍ଧରେ ତିନିପୁରୁଷଙ୍କୁ ପିଣ୍ଡଦାନ କରା ଯାଏ। ତେବେ ମହାଳୟା ଶ୍ରାଦ୍ଧରେ ଅଜାଘର ତିନି ପୁରୁଷଙ୍କୁ ମଧ୍ୟ ପିଣ୍ଡଦାନ କରାଯାଏ।ତେଣୁ ଏଥିରେ ୬ଟି ପିଣ୍ଡ ପ୍ରଦାନ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ କଳ୍ପନା କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି ଏବଂ ପିତୃପୁରୁଷଙ୍କ ଉପସ୍ଥିତି ହେତୁ ଏହାକୁ ମହାଳୟା ଶ୍ରାଦ୍ଧ କୁହାଯାଏ ।

ଜଣେ ଗୃହସ୍ଥ ଜିବଦ୍ଦଶା ମଧ୍ୟରେ ୫ଟି ଋଣ ସୁଝିବାର ବ୍ୟବସ୍ଥା ଅଛି।ସେଗୁଡିକ ହେଲା- ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଏବଂ ଭୂତଋଣ।ସେଥିମଧ୍ୟରୁ ପିତୃପୁରୁଷଙ୍କୁ ପିଣ୍ଡାଦାନ କରି ଜଣେ ଗୃହସ୍ଥ ପିତୃଋଣରୁ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ହେଉଛି ପରମ୍ପରାଗତ କଥା ।

କିମ୍ବଦନ୍ତୀ ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା । କିନ୍ତୁଙ୍କ ତାଙ୍କୁ ଖାଦ୍ୟ ଦିଆଯାଇନ ଥିଲା । କାରଣ କର୍ଣ୍ଣ ଜୀବିତ ଅବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ । ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନୀ କରିବାରୁ ତାଙ୍କୁ ୧୪ ଦିନ ପାଇଁ ମର୍ତ୍ୟମଣ୍ଡଳକୁ ପଠାଯାଇଥିଲା । ମର୍ତ୍ୟ ଲୋକରେ ମହାଦାନୀ କର୍ଣ୍ଣ ବ୍ରାହ୍ମଣ ତଥା ଗରିବ ମାନଙ୍କୁ ଅନ୍ନଦାନ କଲେ । ଏବଂ ୧୪ ଦିନ ଶେଷ ହେବାପରେ ସେ ପୁନଃ ମର୍ତ୍ୟଲୋକଙ୍କୁ ଫେରି ଗଲେ । ଫଳସ୍ୱରୂପ ତାଙ୍କୁ ଯମପୁରରେ ଅନ୍ନରୁ ବଂଚିତ ହେବାକୁ ପଡିନଥିଲା । ମର୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ଏହି ୧୪ ଦିନକୁ ପିତୃପକ୍ଷ କୁହାଯାଏ ବୋଲି ପୌରାଣିକ ମତ ରହିଛି ।
ପରମ୍ପରା ହେଉ ଅବା ପୌରାଣିକ ମତ ହେଉ ମହାଳୟା ଶ୍ରାଦ୍ଧର ବୈଜ୍ଞାନିକଗତ ଅନେକ ମତ ରହିଛି ।

ଆପଣମାନେ ଜାଣନ୍ତି ଆମେ ପିଣ୍ଡଦାନ କରିବା ପରେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ କାଉକୁ କାହିଁକି ଖାଦ୍ୟ ଦେଇଥାଉ । ଗରୁଡ ପୁରାଣ ମୁତାବକ କାଉ ହେଉଛନ୍ତି ଯମଲୋକର ସନ୍ଦେଶ ବାହାକ । ଶ୍ରାଦ୍ଧ ପକ୍ଷରେ କାଉ ଘରକୁ ଘର ଯାଇ ଖାଦ୍ୟ ଗ୍ରହଣ କଲେ ଏହା ଯମଲୋକରେ ଥିବା ପିତୃ ଦେବା ଦେବୀଙ୍କୁ ଆତ୍ମତୃପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଯଦି ଆମେ ଏହାର ବୈଜ୍ଞାନିକ କାରଣ ଦେଖିବା ତେବେ ଆପଣ ଜାଣନ୍ତି କି ବର କିମ୍ବା ଓସ୍ତ ଗଛର ସୃଷ୍ଟି କେମିତି ହୋଇଥାଏ । ବିଶେଷ କରି ବର ଏବଂ ଓସ୍ତ ଗଛର ମଞ୍ଜି ବହୁତ ସୂକ୍ଷ୍ମ ହୋଇଥାଏ । ଏଣୁ କାଉ ଏହାକୁ ଖାଇବା ପରେ କାଉର ପେଟରେ ହିଁ ମଞ୍ଜିର ଅଙ୍କୁରୋପଣ ର ପ୍ରକ୍ରିୟା ଆରମ୍ଭ ହୋଇଥାଏ ।ପରେ କାଉ ବ୍ୟର୍ଜ ବସ୍ତୁ ଆକାରରେ ଏହାକୁ ତ୍ୟାଗ କରିବା ପରେ ବର ଏବଂ ଓସ୍ତ ଗଛ ହୋଇଥାଏ । ଏହା ବିଶ୍ୱରେ ସର୍ବାଧିକ ଅମ୍ଲଜାନ ଦେବାରେ ସହାୟକ ହୋଇଥାଏ । ଏହାର ଅନ୍ୟ କାରଣ ହେଉଛି ବିଶେଷ କରି କାଉ ଭାଦ୍ରବ ମାସରେ ଅଣ୍ଡା ଦେଇଥାଏ । ତେବେ ନବଜାତ କାଉକୁ ଉତମ ତଥା ପୌଷ୍ଟିକ ଖାଦ୍ୟସାର ମିଳିବା ନିମନ୍ତେ ଆମ ପୂର୍ବଜମାନେ ପିଣ୍ଡଦାନ ପରେ କାଉଙ୍କୁ ଭକ୍ଷଣ ନିମନ୍ତେ ଶ୍ରାଦ୍ଧ ପ୍ରଦାନର ବ୍ୟବସ୍ଥା କରିଛନ୍ତି ।

ଏହାର ଅନ୍ୟ କାରଣ ହେଉଛି କାଉ ହେଉଛି ସବୁଠାରୁ ଚାଲାକ ପକ୍ଷୀ । ପୂର୍ବକାଳରେ ରାଜା ମହାରାଜାଙ୍କୁ ହତ୍ୟା କରିବା ପାଇଁ ବିଷାକ୍ତ ବିଷର ପ୍ରୟୋଗ କରାଯାଇଥାଏ । ତେବେ ଶ୍ରାଦ୍ଧ ଦେବା ପରେ କାଉଙ୍କୁ ଦିଆଯାଇଥିବା ଖାଦ୍ୟ ଯଦି କାଉ ଗ୍ରହଣ ନ କରେ ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ ଯେ ଖାଦ୍ୟରେ କୌଣସି ବିଷାକ୍ତ ପଦାର୍ଥ ମିଶିଛି । କାରଣ କାଉ ଏମିତି ଏକ ପକ୍ଷୀ ଯିଏ କେବଳ ଆଘ୍ରାଣରେ ହିଁ ବିଷାକ୍ତ ଦ୍ରବ୍ୟର ଅନୁଭୂତି କରିପାରେ ।

ତେବେ ଶ୍ରାଦ୍ଧ ଦେବା ସହ ଏଥିରେ ଜଡିତ ପୌରାଣିକ ତଥା ବୈଜ୍ଞାନିତମତ ଆମ ପରମ୍ପରାକୁ ବହନ କରିବା ସହ ଆମକୁ ଏହାକୁ ସଦୃଢ କରିବାର ପରାମର୍ଶ ଦେଇଥାଏ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା