ବୌଦ୍ଧ ବ୍ଲକ୍ ବାଉଁଶୁଣିରେ ୩୦୦ ଫୁଟ୍ ଲମ୍ବ ତ୍ରିରଙ୍ଗା ଯାତ୍ରା

ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜାଦି କା ଅମୃତ୍ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଡ଼ ରାଜେଶ୍ ତ୍ରିପାଠୀଙ୍କ ନେତୃତ୍ଵରେ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀମାନେ ସାମିଲ୍ ହୋଇ ଏକ ୩୦୦ ଫୁଟ୍ ଲମ୍ବର ତ୍ରିରଙ୍ଗା ଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ନଗର ପରିକ୍ରମା କରିଥିଲା । ପରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀଙ୍କୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସଂପର୍କରେ ଅଭିଭାଷଣ ରଖିଥିଲେ ।

ବୌଦ୍ଧରୁ ସୁମନ୍ତ ମେହେର