ଦେଶ ବିଦେଶ

ସଂଖ୍ୟାଲଘୁ ସିୟା ସମ୍ପ୍ରଦାୟ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରୁଛି ‘ଆଇଏସ୍‌’ । କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ, ୮ ମୃତ୍ୟୁ ୧୮ ଗୁରୁତର

ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି । ଜନଗହଳି ସ୍ଥାନରେ ବିସ୍ଫୋରଣ ଘଟିଛି ବୋଲି ପୋଲିସ ମୁଖପାତ୍ର ସୂଚନା ଦେଇଥିବା ବେଳେ ଏଥିନିମନ୍ତେ ‘ଆଇଏସ୍‌’ ନିଜକୁ ଦାୟୀ କରିଛି ।

କାବୁଲର ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଏଠାରେ ଅଧିକ ସିୟା ମୁସଲିମ ବସବାସ କରନ୍ତି । ଆଫଗାନ୍ ପୋଲିସର କହିବାନୁସାରେ, ଅଘଟଣରେ ୮ ଜଣଙ୍କ ଜୀବନ ଯାଇଛି । ୧୮ ଜଣ ଗୁରୁତର ହୋଇଛନ୍ତି । ସେପଟେ ଆଇଏସ୍ କିନ୍ତୁ ନିଜ ବୟାନରେ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ।

କାବୁଲର ପୋଲିସ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ,  ପଶ୍ଚିମ କାବୁଲର ଶିଆ ଅଞ୍ଚଳରେ ଥିବା ସର-ଏ-କରେଜର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ଦୁଇ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ କିଛି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ଗୁରୁତର ୧୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି ।

ଆଫଗାନିସ୍ତାନ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି ଆଇଏସ୍‌ ଆତଙ୍କବାଦୀ ସଙ୍କଠନ । ଦେଶର ସଂଖ୍ୟାଲଘୁ ସିୟା ସମ୍ପ୍ରଦାୟ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରୁଛି ଏହି ସଙ୍ଗଠନ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।