ଓଡିଶା

ଖଡିଆଗୁଡାରେ ଝାଡାବାନ୍ତିରେ ୧୫ ଆକ୍ରାନ୍ତ, ୨ ମୃତ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଖଡିଆଗୁଡ଼ା ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ୮ଦିନ ହେଲା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନଥିଲା । ଦୁଇଜଣଙ୍କ ମୃତ୍ୟୁ ଘଟିବାପରେ ତରବରିଆ ଭାବେ ଡାକ୍ତରୀ ଦଳ, ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସୂଚନା ଅନୁଯାୟୀ, ଖଡ଼ିଆଗୁଡ଼ା ମାଝୀ ସାହିର ଅନେକ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ୪ ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସୁଭଦ୍ରା ମାଝୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅପରପକ୍ଷେ ଝାଡ଼ାବାନ୍ତିରେ ଥବିର ମାଝୀଙ୍କ ମଧ୍ୟ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । ଅନ୍ୟ ସମସ୍ତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମବାସୀ ପ୍ରାୟତଃ ଆମିଷ ଭୋଜନ କରନ୍ତି ନାହିଁ । ଅନ୍ୟକିଛି ଖରାପ ଦ୍ରବ୍ୟ ମଧ୍ୟ ଖାଇ ନାହାନ୍ତି । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ସଫା ହୋଇନି । ଏହି ଟାଙ୍କି ପାଣି ପିଇବା ପରେ ଝାଡାବାନ୍ତି ବ୍ୟାପି ଥାଇପାରେ ବୋଲି ସାହି ବାସିନ୍ଦା ଅନୁମାନ କରୁଛନ୍ତି । ଏଥିସହ ଗ୍ରାମରେ ଥିବା ନଳକୂପର ଚାନ୍ଦିନୀ ଭାଙ୍ଗି ଯାଇଥିବାରୁ ସେହି ସ୍ଥାନରେ ଦୂଷିତ ପାଣି ଜମି ରହୁଛି । ଫଳରେ ଦୂଷିତ ପାଣି ନଳକୂପ ଭିତରେ ପଶି ଯାଉଥିବା ସାହି ବାସିନ୍ଦା କହିଛନ୍ତି ।

ଅନ୍ୟପଟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆକ୍ରାନ୍ତ ଥିବା ଖବର ପାଇ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ, ନନ୍ଦାହାଣ୍ଡି ଏବିଡିଓ ପ୍ରଫୁଲ୍ଲ କୁମାର କହଁର, ବ୍ଲକ କାର୍ଯ୍ୟାଳୟର କିଛି ଅଧିକାରୀ ଖଡ଼ିଆଗୁଡ଼ା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଝାଡ଼ାବାନ୍ତିର କାରଣ ଖୋଜିବା ପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ସାମ୍ପୁଲ ମଧ୍ୟ ଟେଷ୍ଟିଙ୍ଗ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ସ୍ବାସ୍ଥ୍ୟ କର୍ମୀ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାର ସଚେତନତା କରିବା ସହିତ ଝାଡ଼ାବାନ୍ତି ଓ ଜ୍ଵର ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରୁଛନ୍ତି ।

ନବରଙ୍ଗପୁରରୁ ଦିବାକର ପାଇକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା