ଓଡିଶା

କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲର ନୂଆ କେନ୍ଦ୍ର ଝାରସୁଗୁଡ଼ାରେ ଉଦ୍ଘାଟିତ

କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଝାରସୁଗୁଡ଼ାରେ ଏହାର ନୂତନ କେନ୍ଦ୍ର ଖୋଲିଛି । ଝାରସୁଗୁଡ଼ାର ମଙ୍ଗଲବଜାରରେ କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲର ନୂଆ କେନ୍ଦ୍ରକୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରତିନିଧି ତଥା ତାଙ୍କ ସୁପୁତ୍ରୀ ଦୀପାଲି ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ୟୁରିଅସ୍ କବ୍ସର ପ୍ରଥମ ଶାଖା ସମ୍ବଲପୁରରେ ରହିଛି । ସମ୍ବଲପୁର, ରାଉରକେଲା ଓ ଭୁବନେଶ୍ୱର ଆଦିରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟତମ ଅଗ୍ରଣୀ ପ୍ରି-ସ୍କୁଲରେ ତାହା ପରିଣତ ହୋଇଛି । କ୍ୟୁରିଅସ୍ କବ୍ସର ସହ ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷା ଦେବଶ୍ରୀ ଦେବଯାନି ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ସ୍କୁଲର ଯାତ୍ରା ୭ ଜଣ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହୋଇ ୫ରୁ ଅଧିକ କେନ୍ଦ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀରେ ପହଂଚିଛି । ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ।

କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲ, ଝାରସୁଗୁଡ଼ାର ନିର୍ଦେଶକ ମିସ୍ ଶିତଲ ଅଗ୍ରୱାଲ୍ କହିଛନ୍ତି ଯେ, କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲ ହେଉଛି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଓ ଅନ୍ୟତମ ପ୍ରିମିୟମ୍ ପ୍ରି-ସ୍କୁଲ । ଏହାର ଉପସ୍ଥିତି ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର ଓ ଏବେ ଝାରସୁଗୁଡ଼ାରେ ରହିଛି । ଏହା ନିଜର ଆନ୍ତର୍ଜାତିକ ପାଠ୍ୟକ୍ରମ, ଉନ୍ନତ ଭିତିଭୂମି ଓ ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପରିଚିତ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା