ଓଡିଶା

ଖତ ଖାଉଛି ୧୮ ଲକ୍ଷ ଟଙ୍କାର ପ୍ରଜୋକ୍ଟ । ପଞ୍ଚାୟତବାସୀଙ୍କ ପ୍ରଶ୍ନ: ନିମ୍ନମାନର କାମ ପାଇଁ ଦାୟୀ କିଏ ?

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଵଦାଳୋ ଗ୍ରାମପଞ୍ଚାୟତରେ 10 ବଖରା ଦୋକାନ ଘର ସାଙ୍ଗକୁ ସିଡ଼ି ଘର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା, ପଞ୍ଚାୟତ ସମିତି ଓଡାପଡା, ଢେଙ୍କାନାଳ ପକ୍ଷରୁ ପଞ୍ଚାୟତବାସୀଙ୍କ ହିତ ପାଇଁ ପ୍ରଥମ ଆର୍ଥିକ ବର୍ଷ 2018-19ରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ 14th CFC FUNDରୁ 10 ଲକ୍ଷ ଟଙ୍କା ଓ ପରବର୍ତ୍ତୀ ଆର୍ଥିକ ବର୍ଷ 2019-20ରେ ସେହି ପାଣ୍ଠିରୁ 4 ଲକ୍ଷ 50 ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଏପରିକି ମାର୍କେଟ କମ୍ପ୍ଲେକ୍ସ କାମ ଶେଷ ହୋଇ 2021 ଅକ୍ଟୋବର 31ରେ ମାନ୍ୟବର ସାଂସଦ ମହେଶ ସାହୁଙ୍କ କରକମଳରେ ଉଦଘାଟନ ହୋଇଥିଲା ।

ମୋଟା ମୋଟୀ ଭାବେ କହିବାକୁ ଗଲେ ଵଦାଳୋ ଗ୍ରାମପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାରେ ରାଜ୍ୟ ସରକାରଙ୍କ CFC FUNDରୁ  ମୋଟ 14 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ନିମ୍ନମାନର କାମ ଯୋଗୁଁ ମାର୍କେଟ କମ୍ପ୍ଲେକ୍ସ ଏବେ ଗୋରୁ ରହଣୀ ସ୍ଥାନରେ ପରିଣତ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମାର୍କେଟ କମ୍ପ୍ଲେକ୍ସର ଉଦଘାଟନୀକୁ କେଇ ମାସ ନ ପୁରୂଣୁ ଏହାର ଛାତରୁ ପାଣି ଗଳିବା ସହ ସେଠାରେ ନିର୍ମିତ ସିଡି ଫାଟି ଆଁ କରିଛି । ଫଳରେ ତାହା ଲୋକଙ୍କ କୈଣସି କାମରେ ଆସୁ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ ।

ଖାଲି ସେତିକି ନୁହେଁ ମାର୍କେଟ କମ୍ପ୍ଲେକ୍ସର ହାଟ ଫୁଟପାଥ୍ ନିର୍ମାଣ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି । ମାର୍କେଟ କମ୍ପ୍ଲେକ୍ସର ଫୁଟପାଥ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆର୍ଥିକ ବର୍ଷ 2021-22ରେ 3 ଲକ୍ଷ 38 ହଜାର 198 ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ହେଲେ ଫୁଟପାଥ୍ ନିର୍ମାଣର ଦୃଶ୍ୟ ଦେଖିଲେ ଆପଣମାନେ ଅନୁମାନ କରିପାରିବେ ଯେ କିଭଳି ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଛି ।

ଏ ବାବଦରେ ଵଦାଳୋ ଗ୍ରାମପଞ୍ଚାୟତର ସରପଞ୍ଚ କ୍ରୀଷ୍ଣା ମହାନ୍ତିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, “ମୁଁ ଏ ବାବଦରେ ଅବଗତ ଅଛି, ମାର୍କେଟ କମ୍ପ୍ଲେକ୍ସ କାମ ନିମ୍ନମାନର ହୋଇଛି । ଏ ବାବଦରେ ମୁଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଜଣାଇଛି । ସେ ଏହାର ଉଚିତ ତଦନ୍ତ କରିବା ସହ ଯେଉଁ କଣ୍ଟ୍ରାକ୍ଟର ଏହିଭଳି ନିମ୍ନମାନର କାର୍ଯ୍ୟ କରିଛନ୍ତି ତାଙ୍କ ପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ l” ଅପରପକ୍ଷେ ଘଟଣା ବାବଦରେ ଵଦାଳୋ ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ଯୋଗାଯୋଗ କାରିବାରୁ ତାହା ସଫଳ ହୋଇ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଵାଦାଳୋ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଂଶୀଧର ବିଶ୍ୱାଳ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଡରୁଛନ୍ତି କ’ଣ ପାଇଁ ? ପଞ୍ଚାୟତ ଉନୟନ କାର୍ୟ୍ୟରେ ଠିକାଦାରଙ୍କ ସହ ବାବୁଙ୍କ କ’ଣ କିଛି ଭିତିରି ସମ୍ପର୍କ ରହିଛି କି ?

ଏ ନେଇ ଆମ ପ୍ରତିନିଧି ଵଦାଳୋ ଗ୍ରାମପଞ୍ଚାୟତର ଉନୟନ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିମାଇଁ ଚରଣ ନାୟକଙ୍କ ପ୍ରତିକ୍ରିୟା ନେବାପାଇଁ ତାଙ୍କ କାର୍ଯ୍ୟଳୟକୁ ଯିବାରୁ ସେଠାରେ ତାଲା ପଡିଥିବାର ଦେଖି ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଅନ୍ୟ କେହି ଜଣେ ଫୋନ୍ ରିସିଭି କରି ବାବୁ ଏବେ ସୋଇଛନ୍ତି ବୋଲି ଜଣାଇଥିଲେ । ଯାହାର କଲ୍ ରେକର୍ଡିଂ ଆମ ଆପଣଙ୍କୁ ଶୁଣାଉଛୁ ।

ପରେ ଆମ ପ୍ରତିନିଧି ଓଡାପଡା ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଯାଦବାନନ୍ଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସେ ଘଟଣା ବାବଦରେ ଅବଗତ ନଥିଲେ, ହେଲେ ଏବେ ଘଟଣା ଜାଣିବା ପରେ ଏ ନେଇ ତଦନ୍ତ କରିବେ l ଅପରପକ୍ଷେ ଏ ନେଇ ଓଡାପଡା ଗୋଷ୍ଠୀ ଉନୟନ ଅଧିକାରୀ ଦାଶରଥି ଜେନାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ଏଭଳି କୌଣସି ଅଭିଯୋଗ ହୋଇ ନାହିଁ । ଏବେ ମୁଁ ଜାଣିବା ପରେ ଘଟଣାର ତଦନ୍ତ କରି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି l ତେବେ ଦେଖାଯାଉ ପରବର୍ତ୍ତୀ ସମୟରେ ଏଭଳି ଦୁର୍ନୀତିର କିଏ ପ୍ରତ୍ୟେକ୍ଷ ଏବି ପରୋକ୍ଷରେ ସାମିଲ ଅଛନ୍ତି ତାର ଫର୍ଦ୍ଦାଫାଶ୍ ହେଉଛି ନା ନାହିଁ ।

ଓଡାପଡାରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା