ବିଶ୍ୱ ଜନସଂଖ୍ୟା ଦିବସ ୨୦୨୨ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର କନଫରେନ୍ସ ହଲରେ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୨ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର, ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଡକ୍ଟର ଆନନ୍ଦ ସାମନ୍ତ ରାୟ, ଡକ୍ଟର ଇନ୍ଦ୍ରିରା କୁମାରି ମହାପାତ୍ର, ନେତ୍ରାନନ୍ଦ ଶତପଥୀ, ନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଜନସଂଖ୍ୟା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସଂକ୍ଷେପରେ ନିଜର ମତ ରଖିଥିଲେ । ବିଭାଗ ପକ୍ଷରୁ କିପରି ଜନସଂଖ୍ୟା ନିୟନ୍ତ୍ରଣ ତୃଣମୂଳ ସ୍ତରରେ ସଚେତନ କରାଯାଇ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଗଜପତିରୁ ବିବେକାନନ୍ଦ ବେହେରା