ଓଡିଶା

ହାତୀ-ମଣିଷ ଲଢେଇରେ କ୍ଷତି କାହାର? ପ୍ରଶାସନର ନିଦ ଭାଙ୍ଗିବ କେବେ ?

ପଦାରେ ପଡିଲା ଢେଙ୍କାନାଳ ଜିଲ୍ଲା ବନବିଭାଗ ଅପାରଗତା । ହିନ୍ଦୋଳ ବନବିଭାଗର ଚରମ ଅବହେଳା ଓ ବିଫଳତା ପାଇଁ ମଣିଷ ଓ ହାତୀ ମରିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଅସରଡା ପଂଚାୟତର ଅସରଡା ଗ୍ରାମ ନିକଟବର୍ତ୍ତୀ ଏକ ଖେଳ ପଡ଼ିଆରେ ଗତ ବୁଧବାର ଦିନ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗ୍ରାମର ନିକଟବର୍ତ୍ତୀ ପଡିଆରେ ବଡିଭୋର ସମୟରେ ଏକ ଦନ୍ତା ହାତୀ ମରିପଡିଥିବା କେତେକ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ ରଥ ଓ ଢେଙ୍କାନାଳ ବନଖଣ୍ତ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନି  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ । ପ୍ରାଣୀଧନ ଅଧିକାରୀ ଡାକ୍ତର ଅଭିଷେକ ସାହୁଙ୍କ ଦ୍ୱାରା ମୃତହାତୀର ଶବକୁ ବ୍ୟବଛେଦ ପରେ ହାତୀର ଦାନ୍ତ ଦୁଇଟିକୁ ଜବତ କରାଯିବା ସହ ହାତୀଟିକୁ ପୋତି ଦିଆଯାଇଥିଲା । ଶବ ବ୍ୟବଛେଦ ରିପୋର୍ଟର ସଠିକ ତଥ୍ୟ ଏବଂ ସଠିକ ତଦନ୍ତ ହେଲାପରେ ହାତୀଟିର ଅସଲ ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଅପରପକ୍ଷେ  ହିନ୍ଦୋଳ ବନ ବିଭାଗ ସନ୍ଦେହରେ ଜଣକୁ ଆଣି ପଚରା ଉଚରା କରୁଥିବା ମଧ୍ୟ ଜଣାପଡ଼ିଛି । 

ସେହିପରି ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବ୍ରାହ୍ମଣମରା ଅଂଚଳରେ ଜନୈକ ବ୍ୟକ୍ତି ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି । ପ୍ରକାଶ ଥାଉ କି, ଗ୍ରାମର ଭ୍ରମରବର ବେହେରା(୫୦) ସକାଳୁ ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ଗୋଟିଏ ଦନ୍ତା ହାତୀକୁ ଦେଖି ଦୌଡି ପଳାଉଥିବା ସମୟରେ ଦନ୍ତାଟି ପଛପଟୁ ଆକ୍ରମଣ କରି ଭ୍ରମରବରଙ୍କ ପିଠିକୁ ଗୋଡରେ ଚାପିଦେଇ ଘୋର ଗର୍ଜନ କରି ନିକଟସ୍ଥ ଘଞ୍ଚ ଅଞ୍ଚଳକୁ ପଳାଇଥିଲା । ହାତୀ ଗର୍ଜନ ଶୁଣି କିଛି ସମୟପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଭ୍ରମରବରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏ ନେଇ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣାସ୍ଥଳକୁ ଆସିଥିଲେ । ଅପରପକ୍ଷେ ମୃତକଙ୍କ ପରିବାରବର୍ଗକୁ ତୁରନ୍ତ କ୍ଷତିପୁରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ନେଇ ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଶବକୁ ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

ଏଠାରେ ସ୍ୱତଃ ପ୍ରଶ୍ନ ଉଠୁଛି ଯେ, ଶିକାରୀଦ୍ୱାରା ହାତୀ ମରିବା ଓ ହାତୀ ଆକ୍ରମଣରେ ମଣିଷ ମରିବା ଭଳି ନିତିଦିନିଆ ଘଟଣା ଘଟୁଥିଲେ ମଧ୍ୟ ହିନ୍ଦୋଳ ରେଞ୍ଜର କରୁଛନ୍ତି କଣ ? ତାହା ଏବେ ଜନ ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ହିନ୍ଦୋଳ ରେଞ୍ଜରଙ୍କ ଚରମ ଅବହେଳା ଓ ବିଫଳତା ତଥା ଖାମଖିଆଲି ନୀତି ପାଇଁ ଏଭଳି ଘଟଣା ଦୈନନ୍ଦିନ ଘଟୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହା ଛଡା ହାତୀପଲ ଜନବସତି ମୁହାଁ ହେବା ଫଳରେ ଜନସାଧାରଣ ବର୍ତ୍ତମାନ ଭୟରେ କାଳାତିପାତ କରୁଛନ୍ତି । ମାତ୍ର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନ କଲେ ଅକାଳରେ ଆହୁରି ଅନେକ ମଣିଷ ଓ ହାତୀ ମରିବେ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକ, ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା