ଓଡିଶା

ଥାନା ଆଗରେ ନ୍ୟାୟ ପାଇଁ ଆତ୍ମହୁତି ଦେଲେ ବ୍ୟକ୍ତି

ଥାନାରୁ ନ୍ୟାୟ ମିଳିଲାନି ବୋଲି ଜନୈକ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗି ରହିଥିବା ସହ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଉଥିଵା ଅଭିଯୋଗ ହୋଇଆସୁଥିଲା ।  ଏପରିକି ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜି ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମହୁତି ଦେଵା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ସୂଚନା ଅନୁସାରେ, ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୮୦ ଭାଗରୁ ଉର୍ଦ୍ଧ୍ବ ଅଂଶ ପୋଡିଯାଇଥିବାଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଈଶାଣିଵରହମପୁରର ଗୁଣନିଧି ବିଷୋୟୀ । ସୂଚନା ଅନୁସାରେ ସେ ନ୍ୟାୟ ପାଇଁ ଥାନାକୁ ଦଉଡ଼ି ଦଉଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳି ହୋଇଥିବା ଜଣାପଡିଛି । ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ କିଛି ନେତାଙ୍କୁ ଧରି ଏଠାରୁ ବଦଳି ନହେବାକୁ  ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ବିଶେଷ କରି ସାଲେପୁର ପୋଲିସ ଉପଖଣ୍ଡ ଅଧୀନରେ ଥିବା ଥାନା ଗୁଡିକରେ ଲୋକେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଜନସାଧାରଣ ପୋଲିସ ଉପରୁ ଆସ୍ଥା  ଓ ଭରସା ତୁଟାଇ କର୍ମକୁ ଆଦରି ଵସି ରହିଵେ ଵୋଲି କୁହାଯାଉଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା