ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଅଞ୍ଚଳରେ ଥିବା ରଘୁନାଥ ଜୀଉ ମଠର ମାହାତ୍ମ୍ୟ… ଏଠାରେ ପ୍ରାୟ ଚାରି ଦିନ ଧରି ଲାଗିରହେ ରଜ ପର୍ବ

ମେଘ ଓ ମାଟିର ମହା ମିଳନର ପବିତ୍ର ସଂଯୋଗର ଦିବସଟି ହେଉଛି ଓଡିଶାର ଗଣପର୍ବ ରଜ ପର୍ବ l ଯେଉଁ ଦିନଠୁ ରଜସ୍ୱଳା ଧରା ଶୃଙ୍ଗାର ସଜେଇ ହୋଇ ରଜର ସ୍ପର୍ଶ ପାଇ ମାଟି ମହ ମହ ହୋଇ ମହକେ l ରଜର ସ୍ପର୍ଶ ପାଇ ପୁଣି କୁଆଁରୀ ମନରେ ବୁଣି ଦିଏ ଅସରନ୍ତି ସ୍ୱପ୍ନର ବନ୍ୟା ଆଉ କୃଷକ ମନରେ ସାଉଁଟେ ଶ୍ୟାମଳ ଲହରୀ l
ଓଡିଶାର ପ୍ରାୟ କୋଣ ଅନୁକୋଣରେ ପାଳିତ ହୁଏ ରଜ ପର୍ବ । ସେହିପରି ଢେଙ୍କାନାଳ ଜିଲ୍ଲାର ଗାଁ ଠୁ ସହର ସବୁଠି ରଜ ପର୍ବ ପାଳନ ହୁଏ କିନ୍ତୁ ବିଶେଷ ଭାବରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଅଞ୍ଚଳରେ ପ୍ରାୟ ଚାରି ଦିନ ଧରି ଲାଗିରହେ ଏହି ପର୍ବ l

ରଘୁନାଥ ଜୀଉ ମଠର ମଠାଧୀଶ ଶ୍ରୀ ମାଧବାନନ୍ଦ ଦାଶଙ୍କ କହିବା କଥା ହେଲା ଏହି ଯାତ୍ରାଟି ପ୍ରାୟ ଦୁଇ ସହ ରୁ ତିନି ଶହ ବର୍ଷର । କାହିଁ କେଉଁ ଆବାହମାନ କାଳରୁ ଏଠାରେ ସ୍ଥାପନ ହୋଇଛି ଏହି ମଠ । ଯାହା ଜନ ଶୁଣାଣି ରହିଛି ମଠର ପ୍ରଥମ ମଠାଧୀଶ ବାଙ୍କଟ ବିହାରୀ ଦାସ ଏହି ମଠ ଏଠାରେ ସ୍ଥାପନ କରିଥିଲେ l ସେତବେଳେ ହିନ୍ଦୋଳ ରାଜାଙ୍କର କୌଣସି ସନ୍ତାନସନ୍ତତି ନଥିଲେ l ରାଜାଙ୍କ ସାମନ୍ତମାନେ ରାଜାଙ୍କୁ ମଠର ମହିମା ବିଷୟରେ ଜଣାଇବା ପରେ ରାଜା ମଠର ମଠାଧିଶଙ୍କୁ ତାଙ୍କର ଦୁଃଖ ବିଷୟରେ ଜଣାଇ ସନ୍ତାନ ପ୍ରାପ୍ତି କରିଥିଲେ । ପରେ ରାଜା ମଠାଧିଶଙ୍କୁ ତାଙ୍କ ସନ୍ତାନଙ୍କ ନିମନ୍ତେ ଗୁରୁମନ୍ତ୍ର ପାଇଁ ନିବେଦନ କରିଥିଲେ । ହେଲେ ମଠାଧିଶ ତାଙ୍କୁ ବାରଣ କରିବା ସହ, ତାଙ୍କୁ ମଠର ମାହାତ୍ମା ନେଇ ଏକ ଉପାୟ କହିଥିଲେ ।

ବିଶେଷ କରି ରଜ ସମୟରେ ରଞ୍ଜାଗୋଳ ଅଞ୍ଚଳର ରଘୁନାଥ ଜୀଉଙ୍କ ମଠ ନିକଟରେ ଏହି ଯାତ୍ରା ଆୟୋଜିତ ହୁଏ । ମଠ ଟ୍ରଷ୍ଟ ବୋର୍ଡ, ଗ୍ରାମ୍ୟ ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନର ମିଳିତ ପ୍ରୟାସରେ ମହାଡ଼ମ୍ବରରେ ଏଠାରେ ଚାରିଦିନ ପର୍ଯ୍ୟନ୍ତ ଯାତ୍ରା ଲାଗି ରହେ l ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକ ଏକାଠି ହୋଇ ଯାତ୍ରାକୁ ବେଶ୍ ଉପଭୋଗ କରନ୍ତି l ଭେଳିକି ଭେଳି ମନୋହରୀ ଜିନିଷ, ଦୋଳି, ପ୍ରସାଧାନ ସାମଗ୍ରୀଠାରୁ ଆରମ୍ଭ କରି ହାତହତିଆର, ନିତ୍ୟବ୍ୟବହାର ସାମଗ୍ରୀ, ଖୋଳ, ମୃଦଙ୍ଗ ଆଦି ବାଦ୍ୟ ଉପକରଣ ସହ ଭେଳିକି ଭେଳି ଖାଦ୍ୟର ପସରା ମେଲିଥାଏ ।

ଏହି ଯାତ୍ରାରେ ସବୁଠାରୁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଆମ୍ବ ପଣସ ବେପାର l କୋଭିଡି କଟକଣା ପରେ ଚଳିତ ବର୍ଷ ଯାତ୍ରା ହୋଇଥିବା ଯୋଗୁଁ ଲୋକଙ୍କ ମନରେ ସେହି ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ରଞ୍ଜlଗୋଳ ସରପଞ୍ଚ ରମେଶ ବିଶ୍ୱାଳଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ସମସ୍ତଙ୍କ ସହାୟତା ପାଇଁ ସୁରଖୁରୁର ସହ ଯାତ୍ରାଟି ଆୟୋଜିତ ହୋଇଛି l ସ୍ଥାନୀୟ ପ୍ରଶାସନ ନିକଟସ୍ଥ ବାଲିମୀ ଥାନା ଅଧିକାରୀ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ ଶିବିରର ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି l ବେଶ୍ ସୁରୁଖୁରୁରେ ଲୋକେ ଏହାକୁ ଉପଭୋଗ କରୁଥିବା ସେ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ହିନ୍ଦୋଳରୁ ସୁଜିତ କୁମାର ବେହେରା