ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଜିଲ୍ଲାବାସୀଙ୍କ ପକ୍ଷରୁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାର ପ୍ରବେଶ ପଥ କଇଜଙ୍ଗାଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ମୁଦୁଲିଙ୍କୁ ସମ୍ବର୍ଦ୍ଧନା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ହଜାର ହଜାର ବିଜେଡି କର୍ମୀ, ଶୁଭେଚ୍ଛୁ, ସମର୍ଥକଙ୍କ ସହ ଜନ ସାଧାରଣ । ପରେ ଦଳୀୟ କର୍ମୀମାନେ ନବ ନିଯୁକ୍ତ ସରକାରୀ ମୁଖ୍ୟ ସଚେତକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ସଚେତକଙ୍କ ସହ ସାଂସଦ ଡା ରାଜଶ୍ରୀ ମାଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଂଚାୟତ ସମିତି ସଭ୍ୟ ସଭ୍ୟା, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ପୌରାଞ୍ଚଳର ପରିଷଦ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗୁରୁ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି କାମ କରିବେ ବୋଲି କହିଛନ୍ତି ସରକାରୀ ମୁଖ୍ୟ ସଚେତକ ।
ଜଗତସିଂହପୁର ରୁ ଶ୍ରୀ ରାଜ ସାହୁ