ଓଡିଶା

ପକ୍ଷୀଙ୍କ ସାଥି ଶୁଭ୍ରାଂଶୁ ଶତପଥି । ପରିବେଶ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରହିବ …

ଖରାଦିନେ ପାଣିପାଇଁ ଡହଳବିକଳ ପକ୍ଷୀଙ୍କ ସେବାରେ ଲାଗିଥାଆନ୍ତି ଢେଙ୍କାନାଳର ଯୁବକ ଶୁଭ୍ରାଂଶୁ ଶତପଥି । ତେଣୁ ତାଙ୍କୁ ତୁଷାର୍ତ୍ତ ପକ୍ଷୀଙ୍କ ସାଥି ବୋଲି କୁହାଯାଏ l ଆଧୁନିକ ଯୁଗରେ ମାଳ ମାଳ କଂକ୍ରିଟ ଜଙ୍ଗଲ ଯୋଗୁଁ  ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ତାତି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଥିବାବେଳେ ଶୁଭ୍ରାଂଶୁ କିନ୍ତୁ ପକ୍ଷୀମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପକ୍ଷୀଙ୍କ କଷ୍ଟକୁ ଅନୁଭବ କରି, ନିଜସ୍ବ ଖର୍ଚ୍ଚରେ ଘରର ଛାତ, ଅଗଣା, ବଗିଚା ଓ ଜଙ୍ଗଲରେ ମାଟି ପାତ୍ରରେ ସେମାନଙ୍କ ପାଇଁ ଜଳ ଯୋଗାଉଛନ୍ତି ଶୁଭ୍ରାଂଶୁ l ଆଜି ପର୍ଯ୍ୟନ୍ତ ପଚିଶି ହଜାରରୁ ଅଧିକ ମାଟି ପାତ୍ରରେ ପକ୍ଷୀମାନଙ୍କ ପାଇଁ ଜଳ ଯୋଗାଇ ଥିବା ଶୁଭ୍ରାଂଶୁଙ୍କୁ ମିଳିତ ଜାତି ସଙ୍ଘ ପକ୍ଷରୁ UN Environment ସମ୍ମାନରେ ସମ୍ମାନିତ କରାଯାଇଛି l ନିଜେ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବାବେଳେ ସେ ସର୍ବଦା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ଦିଗରେ ସଚେତନ କରୁଛନ୍ତି ।

ଶୁଭ୍ରାଂଶୁଙ୍କ ବାପା ଉଦୟନାଥ ଶତପଥି ଜଣେ ଅବସର ପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ହୋଇଥିବା ବେଳେ ମା ରାଜଲକ୍ଷ୍ମୀ ଶତପଥି ଜଣେ ଗୃହିଣୀ l ତେବେ ଉଭୟଙ୍କ ପରିବେଶ ପ୍ରତି ଥିବା ଦୁର୍ବଳତା ତାଙ୍କ ସାନପୁଅ ଶୁଭ୍ରାଂଶୁଙ୍କ ନିକଟରେ ପ୍ରତିଫଳିତ ହୋଇଛି । ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ କରିଥିବା ଶୁଭ୍ରାଂଶୁ ଅଧିକ ବେତନ ପାଉଥିବା ଚାକିରୀ ଛାଡି ଏବେ ପକ୍ଷୀଙ୍କ ପ୍ରେମରେ ବିମୋହିତ । କେବଳ ଏତିକି ନୁହେଁ,   ସହରାଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି ତଥା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ପ୍ଲାଷ୍ଟିକି ବର୍ଜନ କରିବା ଓ ଏକ ମାନବ ଶୃଙ୍ଖଳ ତିଆରି କରିବା ଦିଗରେ ମଧ୍ୟ ସେ ବର୍ଷ ତମାମ କାର୍ଯ୍ୟ କରନ୍ତି l ତାହାସହ ଏଭଳି ବିଷୟବସ୍ତୁକୁ ନେଇ ସେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ।

2019ରେ ପ୍ଲାଷ୍ଟିକି ବର୍ଜନ ପାଇଁ ପାଞ୍ଚ କିଲୋମିଟରର ମାନବ ଶୃଙ୍ଖଳ ତିଆରି କରି ସେ ବିଶ୍ୱ ପରିବେଶ ହିରୋ ଭାବେରେ ମିଳିତ ଜାତି ସଙ୍ଘ ପକ୍ଷରୁ ଆୱାର୍ଡ ପାଇଥିଲେ । ଚଳିତ ବର୍ଷ ମଧ୍ୟ ଢେଙ୍କାନାଳର ଯୁବ ପରିବେଶବିତ୍ ଶୁଭ୍ରାଂଶୁଙ୍କୁ ଭୁବନେଶ୍ୱରରେ ଆୟୋଜିତ ‘ଆର୍ଟ ଅଫ୍ ଗିଭିଂ’ ନବମ ବାର୍ଷିକ ସମାରୋହରେ ସମ୍ମାନିତ କରାଯାଇଛି l ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ତାଙ୍କୁ Birdman ଭାବେ ସମ୍ବୋଧିତ କରିବା ସହ ପରିବେଶ ସୁରକ୍ଷା ଲାଗି ତାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ।

ପରିବେଶ ବନ୍ୟପ୍ରାଣୀଙ୍କ ସୁରକ୍ଷା ବାର୍ତ୍ତା ନେଇ ମୁମ୍ବାଇ, ଚେନ୍ନାଇ, କୋଲକାତା, ପୁନେ ସମେତ ରାଜ୍ୟର 25ଟି ଜିଲ୍ଲାରେ ସେ କାମ କରିଛନ୍ତି । ବିଭିନ୍ନ ସ୍କୁଲ, ସ୍ବେଛାସେବୀ ସଂସ୍ଥାକୁ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିବାକୁ ମାଟିପାତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଶୁଭ୍ରାଂଶୁ କୁହନ୍ତି ଆଗାମୀ ଦିନରେ ସେ ଆହୁରି 50ହଜାର ମାଟି ପାତ୍ର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବଂ ସହରାଞ୍ଚଳରେ କିପରି ଭୂତଳ ଜଳକୁ ସଂଗୃହୀତ କରି ହେବ ସେ ଦିଗରେ ମଧ୍ୟ ସେ କାମ କରି ସମାଜକୁ ସଚେତନ କରିବେ ବୋଲି ଆଶା ରଖିଛନ୍ତି ।

ଏ ସଂକ୍ରାନ୍ତରେ ଶୁଭ୍ରାଂଶୁ କୁହନ୍ତି ପରିବେଶ ସୁରକ୍ଷିତ ହେଲେ ସମଗ୍ର ଜୀବଜଗତ ସୁରକ୍ଷିତ ରହିବ । ତେବେ ଶୁଭାଂଶୁଙ୍କ ଭଳି ଯଦି ପ୍ରତ୍ୟେକ ମାନବ ସମାଜ ପରିବେଶ ପ୍ରତି ଯତ୍ନବାନ ହୁଅନ୍ତେ ତେବେ ପରିବେଶ ସୁରକ୍ଷିତ ରହିବା ସହ ଆଗାମୀ ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ଅନେକ ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା