ଓଡିଶା

ସେବା ସମବାୟ ସମିତି ଲିଃରେ ସରକାରୀ ବାବୁଙ୍କ ମନମୁଖୀ ଶାସନ ଯୋଗୁଁ ନିର୍ବାଚନରୁ ବଞ୍ଚିତ ହେଲେ ଚାଷୀ

ଓଡାପଡା ବ୍ଲକ ସଦାଶିବପୁର ସେବା ସମବାୟ ସମିତି ଲିଃରେ ସରକାରୀ ବାବୁଙ୍କ ଅବହେଳା ଓ ମନମୁଖୀ ଶାସନ ଯୋଗୁଁ ନିର୍ବାଚନରୁ ବଞ୍ଚିତ ହେଲେ ଚାଷୀ । ବର୍ତମାନ ସାରା ଓଡ଼ିଶାରେ ଚାଲିଛି ସେବାସମବାୟ ସମିତି ଲିଃର ନିର୍ବାଚନ l ରାଜ୍ୟ ସରକାର ଚାଷୀକୂଳଙ୍କ ହିତ ପାଇଁ ବିଭିନ୍ନ ପ୍ରକାରର ନିୟମ ଓ ପଦ୍ଧତି ଅବଲମ୍ବନ କରି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଗଢ଼ି ଉଠିଥିବା ସେବା ସମବାୟ ସମିତି ଲିଃରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ତାହାର ବିଧିବଦ୍ଧ ନିୟମ ପ୍ରଣୟନ କରିଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ଅବହେଳା ଓ ମନମାନି ଯୋଗୁଁ ଆଜି ଜଣେ ଚାଷୀ ସେବା ସମବାୟ ଲିଃରୁ ନିଜେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଛନ୍ତି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ଗ୍ରାମପଞ୍ଚାୟତର ସେବା ସମବାୟ ସମିତି ଲିଃ କଥା ।

ସୂଚନା ଅନୁସାରେ, ଗତ ଜୁନ ପାଞ୍ଚ ତାରିଖ ଦିନ ସଦାଶିବପୁର ସେବା ସମବାୟ ଲିଃରେ 32 ଜଣ ପ୍ରାର୍ଥୀ ନିଜର ନମାନଙ୍କ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ସେହି ସମବାୟ ସମିତି ଲିଃ ଅନ୍ତର୍ଗତ ବଉଳପୁର ଗ୍ରାମର ହାଡିବନ୍ଧୁ ବେହେରା ମଧ୍ୟ ନିଜର ସମର୍ଥକଙ୍କ ସହ ନିଜର ସମସ୍ତ ଦସ୍ତାବିଜ ଓ ନିଜର ବ୍ୟକ୍ତିଗତ ପ୍ରମାଣପତ୍ର ନେଇ ନିର୍ବାଚନ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ, ସେ ଯେତେବେଳେ ସଦାଶିବପୁର ସେବା ସମବାୟ ସମିତି ଲିଃର ପ୍ରାର୍ଥୀ ତାଲିକା ଦେଖିଲେ ସେଥିରୁ ସେ ବାଦ ପଡ଼ିଥିଲେ l ଏ ନେଇ ହାଡିବନ୍ଧୁ ବେହେରା ଓ ତାଙ୍କ ସମର୍ଥକମାନେ ସମସ୍ତ ଦସ୍ତାବିଜ୍ ସଠିକ୍ ହୋଇ ମଧ୍ୟ କାହିଁକି ନିର୍ବାଚନରୁ ବାଦ୍ ହେଲେ ବୋଲି ପ୍ରଶ୍ନ କରିଛନ୍ତି ।

ସେମାନଙ୍କ କହିବା କଥା ହେଲା ଗତ କୋଡିଏ ବର୍ଷ ହେବ ଏଠାରେ କେବେ ସମବାୟ ନିର୍ବାଚନ ହୋଇନଥିଲା ଏବଂ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନୀ ହୋଇଛି । ସେଥିପାଇଁ ପ୍ରକୃତ ନିର୍ବାଚନ ପ୍ରଚାର ପ୍ରସାର ନ ହୋଇ ନିଜେ ସମବାୟ କର୍ମଚାରୀ ତାଙ୍କର ଅବହେଳା ଓ ମନମାନି ପାଇଁ ସେ ହାଡିବନ୍ଧୁ ବେହେରାଙ୍କୁ ଆକ୍ରୋଶ ମୂଳକ ଭାବେ ତାଙ୍କର ନାମାନଙ୍କ ପତ୍ରକୁ କାଟି ଦେଇଥିବା ଅଭିଯୋଗ ହୋଇଛି । ଆଉ ଏବେ ନିଜର ଦୋଷ ତ୍ରୁଟିକୁ ଘୋଡାଇବା ପାଇଁ ବିଭିନ୍ନ ପ୍ରକାରର ଆଳ ଦେଖାଉଥିବା ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏ ବାବଦରେ ସେଠିକାର ସେବା ସମବାୟ ଲିଃର ନିର୍ବାଚନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯେଉଁ ନିର୍ବାଚନୀ ନାମାଙ୍କନ ଦେୟ ରହିଛି ତାହା ସେ ଦାଖଲ କରିନଥିଲେ ସେଥିପାଇଁ ସେ ନିର୍ବାଚନ ତାଲିକାରୁ ତାଙ୍କୁ ବାଦ ହୋଇଛନ୍ତି । ତେବେ କଣ ଦସ୍ତାବିଜ ଦରକାର ହେବ କଣ ନୀତିନିୟମ ରହିବ ଏବଂ କେମିତି ପ୍ରଚାର ପ୍ରସାର ହେବ ତାହା ଆମ ଦାୟିତ୍ୱ ନୁହେଁ l ଏହା ହେଉଛି ସମବାୟ ସେକ୍ରେଟରୀଙ୍କ ଦାୟିତ୍ୱ କହି ନିଜ ଦୋଷତ୍ରୁଟିକୁ ଶେଷ କରିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ଓଡ଼ିଆ ଭାଷା ଜାଣିଥିବା ଚାଷୀ ନିଜର ସମସ୍ତ ଦସ୍ତାବିଜ୍ ଓ ବ୍ୟକ୍ତିଗତ ପ୍ରମାଣ ପତ୍ର ଦାଖଲ କରିଥିଲେ ମଧ୍ୟ ନିର୍ବାଚନୀ ବାବଦରେ ଅନ୍ୟ ଦସ୍ତାବିଜ୍ ସମ୍ପର୍କରେ ତାଙ୍କୁ କାହିଁକି ସୂଚନା ପ୍ରଦାନ କରାଗଲା ନାହିଁ । ଅନ୍ୟ ଦସ୍ତାବିଜ୍ ସମ୍ବନ୍ଧୀୟ ତଥ୍ୟ ଇଂରାଜୀରେ ରହିବାବେଳେ ସେ ବିଷୟରେ ଚାଷୀଙ୍କୁ ଅବଗତ କରାଇବା ଦାୟିତ୍ବ କାହାର । ତେବେ ଦେଖିବାକୁ ବାକି ରହିଲା ଆମର ଏହି ନିରପେକ୍ଷ ଖବର ପ୍ରସାରଣ ଚାଷୀକୂଳକୁ କି ନ୍ୟାୟ ପ୍ରଦାନ କରୁଛି ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା