ଦେଶ ବିଦେଶ

ନଦୀ ଉପର ଦେଇ ବ୍ରିଜରେ ଯାଉଥିଲା ଟ୍ରେନ୍ । ସ୍ପାଇଡରମ୍ୟାନ୍ ଷ୍ଟାଇଲରେ ମୋବାଇଲ୍ ଚୋରି କଲା ଚୋର

ବ୍ରିଜ ଉପରେ ଜୁକ୍ ଜୁକ୍ ଶବ୍ଦ କରି ଚାଲିଥିଲା ଟ୍ରେନ୍ । ଜଣେ ଯୁବକ ଗେଟ୍ ପାଖରେ ବସି ନଦୀର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରୁଥିଲେ । ହଠାତ୍ ସେ ଆବାକ୍ ହୋଇ ପଡିଲେ । କିଛିକ୍ଷଣ ପରେ ତାଙ୍କୁ ଜଣାପଡିଥିଲା ଯେ ତାଙ୍କ ମୋବାଇଲ ଫୋନ୍ ଚୋରି ହୋଇଯାଇଛି । ଆଉ ସେତେବେଳେକୁ କିଛି ଶେଷ ନାହିଁ । ଏ ଦୃଶ୍ୟ ହେଉଛି ବିହାରର ବେଗୁସରାଇର ।

ଅନେକ ସମୟରେ ଚଳନ୍ତା ଟ୍ରେନରୁ ଚୋରି ଘଟଣା ବିଷୟରେ ଅଳ୍ପେ ବହୁତେ ଆପଣମାନେ ଅବଗତ ଥିବେ । ହେଲେ ପୂର୍ବ ପ୍ରସ୍ତୁତି କରି କୌଣସି ଚୋରୀ, ସେ ବି ସ୍ପାଇଡରମ୍ୟାନ ଷ୍ଟାଇଲରେ, ଏହି ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚରା ବିଷୟ ପାଲଟିଛି ।

ତେବେ ଘଟଣାଟି କଣ ଜାଣେଇବା ପାଇଁ ପୁଣିଥରେ ଆମେ ଭିଡିଓକୁ ସ୍ଲୋ ମୋସନରେ ଦେଖାଉଛୁ । ଦେଖିଲେ ତ । ଗଙ୍ଗାନଦୀ ଉପର ଦେଇ ଯାଇଥିବା ରେଲୱେ ବ୍ରିଜରେ ମୁହଁରେ କପଡା ବାନ୍ଧି ଝୁଲି ରହିଛନ୍ତି ଜଣେ ବ୍ୟକ୍ତି । ଆଉ ସେହି ସମୟରେ ଉକ୍ତ ବ୍ରିଜ ଉପର ଦେଇ ଟ୍ରେନ ଯିବା ସମୟରେ ଜଣେ ଯାତ୍ରୀ ଗେଟ୍ ପାଖରେ ଭିଡିଓ ଉତ୍ତୋଳନ କରୁଥିବାବେଳ ସ୍ପାଇଡରମ୍ୟାନ୍ ଷ୍ଟାଇଲରେ ଚୋର ଯୁବକଙ୍କ ମୋବାଇଲ ଛଡାଇ ନେଇଥିଲା ।

ତେବେ ଜିଆରପି ପୋଲିସ ଚୋରକୁ ଧରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । କାରଣ ଚୋର ଫୋନ୍ ଚୋରି କରି ନଦୀରେ ପହଁରି ପହଁରି କେଉଁଆଡେ ଚାଲିଯାଇଥିଲା । ଅପରପକ୍ଷେ ଚୋରିଟି ମୁହଁ ଢାଙ୍କିଥିବାରୁ ତାକୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।