ସ୍ବଚ୍ଛତା ସଚେତନ ଉପରେ ରାଜ କରୁଛନ୍ତି ବଣୁଆ ଲତା

ଗାଁ ପରିମଳ ଧୋବା ତୁଠରୁ । ସୁସ୍ଥ ସମାଜ ପାଇଁ ସ୍ଵଚ୍ଛ ପରିବେଶ ନିହାତି ଆବଶ୍ୟକ I ସେଥିପାଇଁ ସମସ୍ତେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନତା କରିବା ନିହାତି ଆବଶ୍ୟକ I ସ୍ବଚ୍ଛତା ହିଁ ସୁସ୍ଥ ସମାଜର ଗଠନର ମୂଳମନ୍ତ୍ର । ଏ ନେଇ ସ୍ବଚ୍ଛ ଭାରତ ଅଭିଯାନରେ ଲୋକଙ୍କୁ ସଚେତନ କରାଯିବା ସହ ବହୁ ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଭଲକରି ଦେଖନ୍ତି ଏହି ଦୃଶ୍ୟକୁ । ଏ ସମସ୍ତ ଦୃଶ୍ୟ ହେଉଛି ଜଟଣୀ ମୁନୁସିପାଲିଟି ଅଞ୍ଚଳର । ଜଟଣୀର ସମସ୍ତ ସକରାରୀ ଅଫିସ, ବ୍ଲକ, ସ୍କୁଲ ମାନଙ୍କ କାନ୍ଥରେ ଥିବା ଏହି ସଚେତନତା ଚିତ୍ର ଉପରେ ମାଡି ଗଲାଣି ଜଙ୍ଗଲି ଲତା ସାଙ୍ଗକୁ ବଣୁଆ ଗଛ । ନିକଟରେ ମୁନିସପାଲିଟି ନିର୍ବାଚନ ବେଳେ ସହରବାସୀଙ୍କ ସମସ୍ୟାର ସମାଧାନ ସହ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବାକୁ ନେଇ ଅନେକ ଭାଷଣବାଜି ହୋଇଥିଲା । ହେଲେ ନିର୍ବାଚନ ପରେ ଏ ଦୃଶ୍ୟ ଯଥା ପୂର୍ବଂ ତଥା ପରଂ ହୋଇ ରହିଯାଇଛି । ଜଟଣୀ ପୌରବାସୀ ନିଜ ପୌରାଞ୍ଚଳର ବିକାଶ ନିମନ୍ତେ ଚଳିତ ଥର ନୂଆ ଅଧ୍ୟକ୍ଷଙ୍କୁ ବାଛିଥିବାବେଳେ ଏବେ ଯାଏଁ ବିକାଶର ଚାରାଟିଏ ମଧ୍ୟ ଲଗାହୋଇପାରି ନାହିଁ ।

ଏହି ସବୁ ଦୃଶ୍ୟ ଦେଖିଲେ ଆପଣମାନେ ହୃଦଙ୍ଗମ କରିପାରୁଥିବେ ଯେ କିଭଳି ଭାବରେ ଜଟଣୀ ପୌରପରିଷଦର ବିକାଶ ହୋଇଛି I ଯଦି ରୋଡ ଉପରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି ତାହାଲେ ଗଳି କନ୍ଦିରେ କିଭଳି ସ୍ଵଚ୍ଛତା ପରିଚାଳିତ ହେଉଥିବ ତାହା ଆପଣ ମାନେ ବେଶ୍ ଅନୁଭବ କରିପାରୁଥିବେ I ଆଗାମୀ ଦିନରେ ଯଦି ଜଟଣୀ ପୌରପରିଷଦରେ ଏଭଳି ବ୍ୟବସ୍ଥା ଲାଗି ରହେ ତେବେ ବିକାଶର ଗାଡି କେତେ ଆଗେଇବ ତାହା ଅନୁଧ୍ୟାନ କରିବାକୁ ବାକି ରହିଲା ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ