ଓଡିଶା ଟ୍ରେଣ୍ଟିଂ

ଜାଣନ୍ତୁ କେମିତି କରିବେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ଏଥିପାଇଁ ଆଜିଠୁ ଆବେଦନ କରି ହେବ ।
କେମିତି କରିବେ ରେଜିଷ୍ଟ୍ରେସନ୍:

  • ପ୍ରଥମେ ଆପଣଙ୍କୁ ସିଆମ୍ ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ କ୍ଲିକ କରନ୍ତୁ WWW.SIAM.IN
  • ଏହା ପରେ ବୁକ୍ HSRP ବଟନ୍ରେ କ୍ଲିକ କରିବାକୁ ହେବ
  • HSRPରେ ଥିବା ସମସ୍ତ ଡିଟେଲସ୍କୁ ପୂରଣ କରିବା ପରେ ସବମିଟ୍ ଅପସନ୍ରେ କ୍ଲିକ କରନ୍ତୁ
  • ପରେ ଆପଣ କେଉଁ ଗାଡିର ରେଜିଷ୍ଟ୍ରେସନ୍ କରାଇବାକୁ ଚାହୁଁଛନ୍ତି ତାର ବ୍ରାଣ୍ଡ ଉପରେ କ୍ଲିକ କରନ୍ତୁ
  • ଏହା ପରେ ଏକ ନୂତନ ୱିଣ୍ଡୋ ଖୋଲିବ, ସେଠାରେ ORDER YOUR HSRP NOW ଉପରେ କ୍ଲିକ କରନ୍ତୁ
  • ପରେ ଗାଡି ସମ୍ପର୍କିତ କିଛି ତଥ୍ୟ ପୂରଣ କରିବା ପରେ VERIFY AND SUBMIT ଅପସନ୍ ଉପରେ କ୍ଲିକ କରନ୍ତୁ
  • ଏହା ପରେ ରେଜିଷ୍ଟ୍ରେସନ୍ ପାଇଁ ଆପୋଏଣ୍ଟମେଣ୍ଟ ଡେଟ୍ ମିଳିଯିବ
  • NEXT ଅପସନ୍ କ୍ଲିକ କରିବା ପରେ ମୋବାଇଲ ନମ୍ବର ଦେବାକୁ ହେବ
  • ଓଟିପି ଦେବା ପରେ ଆପଣଙ୍କୁ ଏକ ପେମେଣ୍ଟ ଅପସନ୍ ଆସିବ
  • ପରେ ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ୟୁପିଆଇ ଜରିଆରେ ସମ୍ପୃକ୍ତ ରାଶି ପୈଠ କରିପାରିବେ
  • ଏହା ପରେ ଏକ ରିସିପ୍ଟ ଆସିବ, ଯାହାକୁ ଆପଣ ଚାହିଁଲେ ପ୍ରିଣ୍ଟ କରି ନିଜର ଆପୋଏଣ୍ଟମେଣ୍ଟ ତାରିଖରେ ଆପଣଙ୍କ ଇଚ୍ଛା ମୁତାବକ ରେଜିଷ୍ଟର କରିଥିବା ଡିଲର ନିକଟରେ ପହଞ୍ଚିଯିବେ

ବାଇକ ଚାଳକଙ୍କ ପାଇଁ ୩୨୦ ଟଙ୍କାରୁ ୩୮୦ ଟଙ୍କା , ଅଟୋ ପାଇଁ ୩୫୦ରୁ ୪୫୦ ଟଙ୍କା । ଚାରି ଚକିଆ ଯାନ ପାଇଁ ୫୯୦ରୁ ୭୦୦ ଟଙ୍କା, ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା । ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଏହି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବାବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି ।

ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍ ଲଗାଇବାକୁ ରାଜ୍ୟରେ ବାଧ୍ୟତା ମୂଳକ କରାଯାଇଛି । ୨୦୨୩ ଜାନୁଆରୀ ପହିଲାରୁ ରାସ୍ତାରେ ଆଉ ଗଡ଼ିପାରିବନି ପୁରୁଣା ନମ୍ବର ପ୍ଲେଟ୍ ଲାଗିଥିବା ଯାନବାହନ। କେବଳ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବା HSRP ଲାଗିଥିବା ଗାଡ଼ି ଚାଲିପାରିବ। ଏମିତି ନିର୍ଦ୍ଦେଶ ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି- STA । ୨୦୧୯ ଏପ୍ରିଲ ୧ ପରଠାରୁ ଯେଉଁ ସବୁ ଯାନବାହନ ବିକ୍ରି ହେଉଛି, ସେଗୁଡ଼ିକ ସୋରୁମ୍‌ରୁ ହିଁ  HSRP ନମ୍ବର ପ୍ଲେଟ୍ ଲାଗି ଆସୁଛି। କିନ୍ତୁ ତା ପୂର୍ବରୁ ଥିବା ସବୁ ଯାନବାହନ ପାଇଁ ଏବେ HSRPକୁ ବାଧ୍ୟତାମୂଳକ କରିଛି STA । ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି ।

୨୦୧୯ ପୂର୍ବରୁ କିଣାଯାଇଥିବା ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ୧, ୨ରେ ଶେଷ ହେଉଛି, ସେମାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା HSRP ଲଗାଇବାକୁ ସମୟ ଦିଆଯାଇଛି । ଏହା ସହ ୩, ୪ରେ ଶେଷ ହେଉଥିବା ନମ୍ବର ପାଇଁ ସେପ୍ଟେମ୍ବର ୩୦ ଯାଏଁ ଏବଂ ୫, ୬ରେ ଶେଷ ହେଉଥିବା ନମ୍ବର ଲାଗି ଅକ୍ଟୋବର ୩୧ ଯାଏଁ ସମୟ ଦିଆଯାଇଛି । ଅପରପକ୍ଷେ ୭, ୮ରେ ଶେଷ ହେଉଥିବା ନମ୍ବର ଲାଗି ନଭେମ୍ବର ୩୦ ଯାଏଁ ଏବଂ ୯, ୦ରେ ଶେଷ ହେଉଥିବା ନମ୍ବର ଲାଗି ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି ।

ନିର୍ଦ୍ଧାରିତ ସମୟ ବାଦ୍ ବିନା HSRPରେ ଚାଲୁଥିବା ଗାଡ଼ି ଉପରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ ବୋଲି ସ୍ପଷ୍ଟ କରିଛି STA । ତେବେ ଗାଡ଼ି ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 

କ’ଣ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ? କ’ଣ ଏହାର ଫାଇଦା ?

STAର କହିବା କଥା, ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ ଠାରୁ ବହୁତ ଭିନ୍ନ । ଏଥିରେ ଅନେକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି । ସ୍ନାପ୍ ଲକ୍ ବ୍ୟବସ୍ଥାରେ ନମ୍ବର ପ୍ଲେଟ୍ ଖଞ୍ଜାଯାଉଥିବାରୁ ଥରେ ଏହା ଲାଗିବା ପରେ ଖୋଲାଯାଇପାରିବ ନାହିଁ । ସେହିପରି ଏ ନମ୍ବର ପ୍ଲେଟ୍‌ରେ ଏକ ୟୁନିକ୍ ଲେଜର କୋଡ୍ ରହିଛି, ଯାହାକି ବାହାନ ପୋର୍ଟାଲ ସହ ଇଣ୍ଟିଗ୍ରେଟେଡ୍ ହୋଇଛି । ତେଣୁ ଏହାକୁ ଟ୍ୟାମ୍ପରିଂ କରାଯାଇପାରିବନି । ଏଣୁ ଏଭଳି ଗାଡ଼ି ଚୋରି ହୋଇଗଲେ କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତତ୍କାଳ ଠାବ କରାଯାଇପାରିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା