ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ, ଭୋଟ ଦେଇ ଜନତା ବାଛିବେ ନିଜର ନେତା

ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ । ଗତକାଲି ପ୍ରଚାର ଶେଷ ହୋଇଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ପୁରା ପ୍ରୟାସ କରିଛନ୍ତି । ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା । ସେଥିମଧ୍ୟରୁ ୬୦ଟି ବୁଥ୍କୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ୩୦ଟି ବୁଥ୍କୁ ମଡେଲ ବୁଥ୍ ଓ ୫ଟି ବୁଥ୍କୁ ପିଙ୍କ ବୁଥ୍ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ମଧ୍ୟ ପହଞ୍ଚି ସାରିଛନ୍ତି ।
ଭୋଟ ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।
୩୧ ତାରିଖ ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ହଜାରେ ପୋଲିସ କର୍ମଚାରୀ ଓ ୩ କେନ୍ଦ୍ରୀୟ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଝାରସୁଗୁଡ଼ା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।