ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ସାମାଜିକ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ରିଲିଜ୍

ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ସାମାଜିକ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ରିଲିଜ ହୋଇଯାଇଛି । ଏଥିରେ ଚୁଲବୁଲ୍ ନାୟିକା ଏଲିନା ପ୍ରଥମଥର ପାଇଁ ଏକ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଭାବେ ଅଭିନୟ କରିଛନ୍ତି । ସମାଜରେ ନାରୀ ପ୍ରତି ହେଉଥିବା ନିର୍ଯାତନା, ଏବଂ ଆଇନ ଆଗରେ କିଭଳି ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରୁଛି ଏହି କଥାବସ୍ତୁକୁ ନେଇ କାହାଣୀ ଗତିଶୀଳ ହୋଇଛି । ଚଳଚ୍ଚିତ୍ରରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଅପରପକ୍ଷେ ଏଥିରେ ନବାଗତା ଶୁଭଶ୍ରୀଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।