ଓଡିଶା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମିବ ପ୍ରଚାର ମୈଦାନ । ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ  କଂଗ୍ରେସରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଥିବାବେଳେ ତ୍ରିମୁଖୀ ଲଢେଇରେ କିଏ ବାଜିମାତ୍ କରିବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା । 

ଅପରପକ୍ଷେ ମେ’ ୩୧ରେ ବ୍ରଜରାଜନଗର ପାଇଁ ଭୋଟ ଗ୍ରହଣ ହେବ । ଏବଂ ଜୁନ୍ ୩ରେ ଗଣତି ହେବ । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ତେବେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତୀତ ବ୍ରଜାରାଜନଗର ଆସନ ପାଇଁ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏପଟେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି ।

ଷ୍ଟାର ପ୍ରଚାରକ ତାଲିକା

ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପ-ନିର୍ବାଚନ ପ୍ରଚାର କରିବେ । ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଶନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀଙ୍କ ନାଁ ମଧ୍ୟ ରହିଛି । ଗତ ନିର୍ବାଚନରେ ବ୍ରଜରାଜନାଗର ଆସନ ବିଜେଡି କବଜାରେ ରହିଥିବାବେଳେ ଦଳ ଏ ନେଇ ପୁରା କସରତ ଆରମ୍ଭ କରିଦେଇଛି । ତେବେ ଜନତା କାହା ମୁଣ୍ଡରେ ପିନ୍ଧାଇବେ ବ୍ରଜରାଜନଗର ମୁକୁଟ ତାକୁ ହିଁ ଅପେକ୍ଷା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା