ଓଡିଶା

କୁମ୍ଭାରଗାଁକୁ ମିଳିଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ସ୍ୱୀକୃତି

ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସ୍ୱୀକୃତି ପାଇବା ପରେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଏ ନେଇ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀଣି ସୁମିତ୍ରା ସାହୁ, ଜଳ ଓ ପରିମଳ କନିଷ୍ଟ ଯନ୍ତ୍ରୀ ମମତା ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ପାଇଖାନା ବ୍ୟବହାର ଆଦି ବିଭିନ୍ନ ବିଷୟରେ ଥିବା ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ । ଏଥି ସହିତ ଗ୍ରାମରେ ଯେପରି ମଦ ମୁକ୍ତ, ବାଲ୍ୟ ବିବାହ ବନ୍ଦ, କନ୍ୟା ଭୃଣ ହତ୍ୟା ବନ୍ଦ, ପରିବେଶ ସଫା ସୁତରା, ସମସ୍ତ ପିଲା ପାଠ ପଢିବା ବ୍ୟବସ୍ଥା, ଶିଶୁ ଶ୍ରମିକ ହଟାଇବା ଆଦି ବିଷୟରେ ସଚେତନ କରିବା ସହ କୁମ୍ଭାରଗାଁକୁ ଏକ ଆଦର୍ଶ ଗ୍ରାମ କରିବାରେ ସମସ୍ତ ପ୍ରକାର ସହଯୋଗ ପ୍ରଶାସନ ତରଫରୁ କରାଯିବ ବୋଲି କହିଥିଲେ । ଏଥି ସହିତ ସମସ୍ତ ଗ୍ରାମବାସୀ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଏଥିରେ ସରପଞ୍ଚ ରଶ୍ମିତା ବେହେରା, ପିଇଓ ସୁଦୁରୁ ସାହୁ,   ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା