ଓଡିଶା

ଜାତିପ୍ରଥା ସାଜିଛି ବଇରୀ । ମା’ର ଶବ ଖୋଜୁଛି ନ୍ୟାୟ । ଶବ ସତ୍କାର ହେଇଗଲା, ହେଲେ ଏବେବି ଅନ୍ଧନୀତି ବଞ୍ଚି ରହିଗଲା…

ମା’ର ଶବ ଖୋଜୁଛି ନ୍ୟାୟ । ସମାଜରେ ଜାତିପ୍ରଥାକୁ ନେଇ ଏ କି ପ୍ରକାର ନିୟମ ଚାଲିଛି । ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ବୋଲି କହୁଛେ । ହେଲେ ଏହାକୁ ଆମେ କେତେ ମାନୁଛେ । ଘର ଭିତରେ ଶବ ହୋଇ ପଡିରହିଥିଲା ମା’ । ହେଲେ ଝିଅ ଅନ୍ୟ ଜାତିରେ ବିବାହ କରିଛି ବୋଲି ମା’ର ଶବକୁ ଛୁଇଁବାକୁ ଦେଲେନି ଗାଁ ଲୋକ । ଏପରିକି ଗାଁଲୋକ ଶବ ସତ୍କାର ମଧ୍ୟ କଲେ ନାହିଁ । ମାତୃଦିବସ ଦେଖିବାକୁ ମିଳିଛି ଜାତିପ୍ରଥାର ଏଭଳି ଯାତନା ।

ଆଜି ମାତୃତ୍ବ ଦିବସ । ଆଉ ସୋସିଆଲ ମିଡିଆରେ ଅନେକ ଲୋକ ନିଜ ମା’ଙ୍କୁ ମନେ ପକାଇ କେତେ ଫଟୋ ଅପଲୋଡ୍ କରି ଏହି ଦିବସକୁ ମନାଉଛନ୍ତି । ଏପରିକି ମା’ଙ୍କ ସମ୍ମାନାର୍ଥେ ଭିନ୍ନ ଭିନ୍ନ ଟିପ୍ପଣୀ ମଧ୍ୟ ରଖୁଛନ୍ତି ଯୁବ ସମାଜ । ସମାଜରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଉପରେ ମଧ୍ୟ ଖୋଲାଖୋଲି ମତ ଦେବାର ଅଧିକାର ସାବ୍ୟସ୍ତ କରୁଛନ୍ତି ଲୋକେ । ହେଲେ କିଛି ସ୍ଥାନରେ ଥିବା ଜାତିପ୍ରଥା ଏବଂ ସମାଜିକ ନିୟମକୁ ନେଇ ବଞ୍ଚୁଥିବା ଲୋକଙ୍କ ପାଇଁ ଅନେକ ସମୟରେ ସମାଜକୁ ନିନ୍ଦିତ ହେବାକୁ ପଡୁଛି ।

ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଲାସୀଙ୍ଗା ଗ୍ରାମର ।  ମା’ ଚାଲିଯିବା ଖବର ପାଇ ଧାଇଁ ଆସିଥିଲା ଝିଅ । କିନ୍ତୁ ତାକୁ ମା’ର ମୃତଦେହ ପାଖକୁ ଯିବାକୁ ଦେଲେନି ଗାଁ ଲୋକେ । କାରଣ ସେ ଅନ୍ୟ ଜାତିରେ ବିବାହ କରିଥିଲେ । ଯାହାକି ତାଙ୍କର ଭୁଲ ବୋଲି ଦର୍ଶାଇଥିଲେ ଗାଁ ଲୋକ । ଝିଅକୁ ମା’ର ଶବ ଛୁଇଁବାକୁ ଦେଲେନି କି ନିଜେ ବି ଛୁଇଁଲେନି ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ପଡି ରହିଥିଲା ଶବ । ଆଉ ବାହାରେ ଘର ପିଣ୍ଡାରେ ବସି କଇଁ କଇଁ ହୋଇ କାନ୍ଦୁଥିଲା ଝିଅ । ଶେଷରେ ଏକ ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ପରେ ଘରୁ ବାହାରିଥିଲା ମୃତଦେହ । ମୃତ ମହିଳା ଜଣଙ୍କ ହେଲେ ସୁଲଭ ପ୍ରଧାନ । ସୁଲଭଙ୍କ ଏକ ମାତ୍ର ଝିଅ ହେଉଛନ୍ତି ଜମ୍ବୁ । ସେ ଅନ୍ୟ ଜାତିର ପୁଅକୁ ଭଲ ପାଇ ବିବାହ କରିଥିବାରୁ ଏହି ବିବାହକୁ ଗାଁ ଲୋକେ ସ୍ୱୀକାର କରି ନଥିଲେ । ସେଥିପାଇଁ ସେମାନେ ଜମ୍ବୁଙ୍କୁ ବାସନ୍ଦ କରିଥିଲେ । ଫଳରେ ସେହିଦିନଠାରୁ ସେ ଆଉ ମା’ ପାଖକୁ ଆସିପାରୁ ନଥିଲେ ।

ହେଲେ ମା’ଙ୍କର ମୃତ୍ୟୁ ଖବର ଶୁଣି ସେ ଆଉ ରହିପାରିଲେନି । ମା’ର ଶେଷ ଦର୍ଶନ କରିବା ସହିତ ଅନ୍ତିମ ସଂସ୍କାର କରିବାକୁ ଧାଇଁ ଆସିଥିଲେ ଗାଁକୁ । ହେଲେ ଜାତିପ୍ରଥାର ଅନ୍ଧପିତୁଳା ପିନ୍ଧିଥିବା ଲୋକଙ୍କ ପାଇଁ ସେ ହତାଶ ହୋଇପଡିଥିଲେ । ନିରୁପାୟ ହୋଇ ଜମ୍ବୁ ଘରେ ମା’ଙ୍କ ଶବ ପାଖରେ ଥିବାବେଳେ ଏବାବଦରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଏହା ପରେ ଜମ୍ବୁ ତାଙ୍କ ମା’ ଶବକୁ ଛୁଇଁ ପାରିଥିଲେ । କିନ୍ତୁ ଗ୍ରାମବାସୀ କେହି ମୃତଦେହକୁ ଛୁଇଁ ନଥିଲେ । ପରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତରେ ଜମ୍ବୁ ତାଙ୍କ ମା’ଙ୍କ ଶବକୁ ମଶାଣିକୁ ନେଇ ସତ୍କାର କରିଥିଲେ । ଏବଂ ସେ ମୁଖାଗ୍ନି ଦେଇଥିବା ମଧ୍ୟ ଜଣାପଡିଛି ।

କରୋନା କାଳରେ ମୃତ୍ୟୁର ତାଣ୍ଡବ ଲୀଳା ସମସ୍ତଙ୍କୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇ ଥିବାବେଳେ, ବୌଦ୍ଧର ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏକବିଂଶ ଶତାବ୍ଦୀରେ ଯେଉଁଠାରେ ଜାତିର କୌଣସି ପରିଚୟ ନାହିଁ ବୋଲି ଆମେ କହୁଛୁ, ସେଠାରେ ଏଭଳି ଘଟଣା ନିଶ୍ଚୟ ଅନେକଙ୍କୁ ମର୍ମାହାତ କରିଛି ।

ବୌଦ୍ଧରୁ ସୁମନ୍ତ ମେହେର

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା