ମନୋରଞ୍ଜନ

ପରପାରିରେ କେଜିଏଫ୍‌ ଚାପ୍ଟର-୨ର ଅଭିନେତା ମୋହନ ଜୁନେଜା

କେଜିଏଫ୍‌ ଚାପ୍ଟର-୨ରେ ଅଭିନୟ କରିଥିବା ଅଭିନେତା ମୋହନ ଜୁନେଜାଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଳୁରୁ ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପୂରା ଟଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି । ମୋହନ ଜୁନେଜାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା । ସେ ନିଜ ଜବରଦସ୍ତ କମେଡିରେ ଦର୍ଶକଙ୍କୁ ହସାଉଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମୋହନ ଜୁନେଜା ହାସ୍ୟ ଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ ମୋହନ । ସେ ଫିଲ୍ମରେ ସାମ୍ବାଦିକଙ୍କୁ କେଜିଏଫର ପୂରା କାହାଣୀ କହିଥିଲେ । ସେ ଏହା ପୂର୍ବରୁ ତାମିଲ୍, ତେଲୁଗୁ, ମାଲାୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । କେଜିଏଫ୍ ଚାପ୍ଟର-୧ ଏବଂ କେଜିଏଫ୍ ଚାପ୍ଟର-୨ ଉଭୟରେ ସେ ନଜରକୁ ଆସିଥିଲେ ।

ଅଭିନେତା ମୋହନ ଜୁନେଜାଙ୍କୁ ‘ଚେତଲା’ ଫିଲ୍ମରେ ବ୍ରେକ୍ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତି ନେଇଥିଲା । ୨୦୦୮ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ କନ୍ନଡ ତାମିଲ ଫିଲ୍ମରେ ‘ଟ୍ୟାକ୍ସି ନମ୍ବର’ରେ ଅଭିନୟ କରିଥିଲେ । ୨୦୧୦ରେ ସେ କନ୍ନଡ ଭାଷା ନାଟକ ‘ନାରଦ ବିଜୟା’ରେ ତାଙ୍କ ଅଭିନୟର ଜଲୱା ଦେଖାଇଥିଲେ । ୨୦୧୮ରେ ସେ କନ୍ନଡ ଭାଷାର ହରର୍ ଫିଲ୍ମ ‘ନିଗୁଡା’ରେ କାମ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ‘ରାଉଡି ରାଠୋର ୨’ ପାଇଁ ଅପେକ୍ଷା ?

  • December 23, 2021
ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଉଡି ରାଠୋର’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଂଗାମା ସୃଷ୍ଟି କରିଥିଲା ​​| ମିଶ୍ରିତ ସମୀକ୍ଷା ପାଇବା ସହ, ଆକ୍ସନ୍ କମେଡି