ଓଡିଶା

କୋଟପାଡରେ ଲଜ୍ୟା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତହାଣ୍ଡି ଗ୍ରାମ-ପଞ୍ଚାୟତ ସଦର ମହକୁମାରେ ଲଜ୍ୟା । ଦଶ ବର୍ଷର ନାବାଳିକାକୁ ଗଣଧର୍ଷଣ ହୋଇଥିବା ସୂଚନା । ସୂଚନା ଅନୁଯାୟୀ, ମୂର୍ତହାଣ୍ଡି ରନ୍ଧାରୀ ସାହିର ଦୁର୍ବୁତ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ପଶି ତାଙ୍କର ଦଶ ବର୍ଷର ଝିଅ ଶୋଇଥିବା ସମୟରେ ତାଙ୍କୁ ଉଠେଇ ନେଇ ଗ୍ରାମ ମସାଣି ପଦା ନିକଟରେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି l ଦୁର୍ବୁତ୍ତମାନେ ହେଲେ ଉକ୍ତ ଗ୍ରାମର ତୁଳସୀ ରାମ ସମରଥ ଓ ତାଙ୍କ ସହଯୋଗୀ । ଏ ନେଇ ନାବାଳିକା ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଗ୍ରାମବାସୀମାନେ ଉକ୍ତ ଯୁବକଙ୍କୁ କାବୁ କରି କୋଟପାଡ଼ ଥାନାରେ ଜିମା ଦେଇଛନ୍ତି l ତେବେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ତୁଳସୀ ରାମ ସମରଥଙ୍କ ସହଯୋଗୀ ଫେରାର ରହିଥିବା ବେଳେ ପୋଲିସର ଧରପଗଡ ଯୋଗୁଁ କୋଟପାଡ଼ ପୋଲିସ ତୁଳସୀରାମର ସହଯୋଗୀ ବଳିରାମ ସମରଥକୁ ଲମତାପୁଟରୁ ଗିରଫ କରିଛି ।

ଅଭିଯୁକ୍ତ

ଅପରପକ୍ଷେ ନାବାଳିକା ଗଣଦୁଷ୍କର୍ମ ମାମଲାର ଗମ୍ଭୀରତାକୁ ଦେଖି ASP ସତୀଶ କୁମାର ପାଢିଙ୍କ ତତ୍ୱାବଧାନରେ SDPO ହରେ କୃଷ୍ଣ ମାଝୀ ଏବଂ କୋଟପାଡ଼ ଥାନ ଅଧିକାରୀ ଶେଷଦେବ ବେହେରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଆସାମୀଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି l ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଥିବାବେଳେ ଶିଶୁ ସୁରକ୍ଷା କର୍ମୀ ମିନି ମହାକୁଡ଼ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଶିଶୁ ମଙ୍ଗଳ ସମିତିକୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ଦେଇଛନ୍ତି l

କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା