ଓଡିଶା

ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉନ୍ମୋଚିତ ହେବ ମ୍ୟୁଜିୟମ୍

ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ମସିହା ଏପ୍ରିଲ ୨୮ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ମଧୁବାବୁଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ । ସେ ଗୃହର  ଜ୍ୟେଷ୍ଠପୁତ୍ର ଥିଲେ । ସେ ଗାଁ ଚାଟଶାଳୀରେ ସ୍କୁଲଶିକ୍ଷା ଶେଷକରି କଟକ ହାଇସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ପରେ ବାଲେଶ୍ଵରରେ ତାଙ୍କୁ ଏକ କିରାଣୀ ଚାକିରୀ ମିଳିଥିଲା । ମାତ୍ର ମଧୁବାବୁ ଥିଲେ ଉଚ୍ଚାଭିଳାଶି । ଏହି କିରାଣୀ ଚାକିରୀରେ ତାଙ୍କର ଅସୀମ ଜ୍ଞାନଲିପ୍ସା ଚରିତାର୍ଥ ହେଲାନାହିଁ । ଫଳରେ ଉଚ୍ଚଶିକ୍ଷା ଲାଭ ଆଶାରେ ସେ କଲିକତା ଚାଲି ଆସିଲେ । କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ପ୍ରେରଣା ଓ ସହାୟତାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ଏ ପାସ କରିଥିଲେ । ପରେ ସେ କଲିକତାର ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବଶେଷରେ ସେ ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ବିଭିନ୍ନ ବିଷୟରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଏହି ସମୟରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ମଧ୍ୟ ପାସ୍ କଲେ ।

ଅମ୍ବିକା ପ୍ରସାଦ ଓ ତାଙ୍କର ପତ୍ନୀଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲାମାନଙ୍କର ଭାର ମଧୁବାବୁଙ୍କ ଉପରେ ନ୍ୟସ୍ତ ଥିଲା । ବିଶେଷ କରି ଶୈଳବାଳା ଏବଂ ସୁଧାଂଶୁବାଳା ନାମ୍ନୀ ଦୁଇଟି କନ୍ୟାଙ୍କୁ ସେ ନିଜର କନ୍ୟାରୂପେ ଆଜୀବନ ପାଳନ କରିଥିଲେ । ସେହି ପାଳିତା କନ୍ୟାଙ୍କ ନାମାନୁସାରେ କଟକରେ ଶୈଳବାଳା ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ତାହା ଥିଲା ମଧୁବାବୁଙ୍କ ବାସଗୃହ । ଅମ୍ବିକା ପ୍ରସାଦ ହାଜରାଙ୍କ ପିଲାମାନଙ୍କର ଦାଇତ୍ୱ କେବଳ ସେ ବହନ କରିଥିଲେ ତାହା ନୁହେଁ କଲିକତାରେ ବାସକରୁଥିବା ଓଡ଼ିଆଙ୍କ ପାଇଁ ନଶ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏପରିକି ପୁରୀ ଜଗନ୍ନାଥ ମନ୍ଦିର ଭାର ଇଂରେଜ ସରକାର ନେବାକୁ ଉଦ୍ୟମ କରୁଥିବାବେଳେ ତାହା ସେ କରାଇ ଦେଇ ନ ଥିଲେ । ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଶାର ଅଗଣିତ ଭାଇ ଭଉଣୀଙ୍କୁ ଏହି ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇ ମଧୁସୂଦ ଲେଖିଥିଲେ

ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ,

କୋଟିପ୍ରାଣ ବିନ୍ଧୁ ଧରେ ।

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ,

ଡେଇଁପଡି ସିନ୍ଧୁ ନିରେ ।।

କଟକରେ ତାରକସି କାମର ଉନ୍ନତି ମଧୁସୂଦନଙ୍କ ପ୍ରଚେଷ୍ଟାର ଫଳ । ଉତ୍କଳ ଟାନେରୀ ଜୋତା କାରଖାନା ପାଇଁ ସେ କ୍ଷତିଗ୍ରସ୍ତ ହୋଇଥିଲେ ସତ, ହେଲେ ଅର୍ଥାଭାବ ଦୃଷ୍ଟିରୁ ସେ ନିଜର ଆତ୍ମ ସମ୍ମାନ ହରାଇ ନଥିଲେ । ଏଥିପାଇଁ ସେ ସଦାସର୍ବଦା କହୁଥିଲେ,

“ଆଲୋ ସଖି,ଆପଣା ମହତ ଆପେ ରଖି”

୧୯୪୩ ମସିହା ଫେବୃଆରୀ ମାସ ୪ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । କଟକ ମହାନଦୀ ତଟବର୍ତ୍ତୀ ଗୋରାକବର ହତା ମଧ୍ୟରେ ତାଙ୍କର ନଶ୍ୱର ଶରୀରକୁ କବର ଦିଆଗଲା । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିବା କାରଣରୁ ତାଙ୍କୁ କବର ଦିଆଯାଇଥିଲା ।

ଆଜି ଜନ୍ମମାଟି ସତ୍ୟଭାମାପୁରରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ରାଜନୈତିକ ନେତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଜନ୍ମ ପୀଠରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାସମିତି ହେଉଥିବା ବେଳେ ଆଜି ସନ୍ଧ୍ୟାରେ ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୋଇଥିବା ମ୍ୟୁଜିୟମକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା