ଓଡିଶା ବ୍ୟବସାୟ

ମେ ୪ରୁ ୫ ଦିନିଆ ‘ମହିଳା ବାଣିଜ୍ୟ ମେଳା-୨୨’ର

ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ପରିଷଦ ଓଡିଶା ପକ୍ଷରୁ ମହିଳା ଉଦ୍ୟୋଗୀଙ୍କ ବାଣିଜ୍ୟ ମେଳା ସମ୍ପର୍କରେ ଘୋଷଣା କରାଯାଇଛି । ଓଡିଶାରେ ପ୍ରଥମ ଥର ପାଇଁ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କଦ୍ବାରା ଏକ ୫ ଦିନିଆ ‘ମହିଳା ବାଣିଜ୍ୟ ମେଳା-୨୨’ର ଆୟୋଜନ କରାଯାଉଛି । ମେ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଆଇଡବ୍ଲୁଇସି ଓଡିଶା, ଭାରତର ଏକ ସକ୍ରିୟ ମହିଳା ଉଦ୍ୟୋଗୀ ସଂଗଠନ । ଆଇଡବ୍ଲୁଇସି ଓଡିଶାରେ ଅଦ୍ଭୂତପୂର୍ବ ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହାର ଶାଖା ଖୋଲିବା ସହ ଜାତୀୟସ୍ତରରେ ନ୍ୟାସନାଲ ଆଇଡବ୍ଲୁଇସି ମହିଳାଙ୍କ ପାଇଁ ଏହି ୫ ଦିନିଆ ବ୍ୟବସାୟ ମେଳା କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି ଆଇଡବ୍ଲୁଇସି ପକ୍ଷରୁ ସୂଚନା ମିଳିଛି ।

ଏହି ବାଣିଜ୍ୟ ମେଳାରେ ବାଣିଜ୍ୟ ସମ୍ପର୍କିତ ଫ୍ୟୁଚର କନଫରେନ୍ସ, ସେମିନାର ଓ ୱାର୍କସପ୍ ଆୟୋଜନ କରାଯିବ । ଏହାବାଦ ଟକ୍ ଶୋ, ଇନଭେଷ୍ଟର୍ସ ପିଚ୍, ଏମ୍ଏସ୍ଏମ୍ଇ ଲାଗି ଯୋଜନା, ଆର୍ଥିକ ସାକ୍ଷାରତା କାର୍ଯ୍ୟକ୍ରମ, ଆୱାର୍ଡ, ନେଟୱାର୍କିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ ସୋ, ଫୁଡ୍ ଫେଷ୍ଟିଭାଲ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସାମିଲ ରହିବ ।

କାର୍ଯ୍ୟକ୍ରମରେ ମାଇଣ୍ଡ ଟ୍ରିର ପ୍ରତିଷ୍ଠାତା ସୁବ୍ରତୋ ବାଗଚି, କିଟ୍ ଏବଂ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ, ସାଂସଦ ସୁଜିତ କୁମାର, ବଲିଉଡ ଅଭିନେତ୍ରୀ ଲାରା ଦତ୍ତା, ବଲିଉଡ ଅଭିନେତା ଅର୍ଜୁନ ରାମପାଲ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଇମତିଆଜ ଅଲି, ମୋଟିଭେସନାଲ ସ୍ପିକର ଗୌରାଙ୍ଗ ଦାସ ପ୍ରଭୁ, ଲ୍ୟୁକ୍ କୌଟିଂହୋ ଏବଂ ସମୀର ପୁରୋହିତଙ୍କ ଭଳି ଜୀବନଶୈଳୀ ପ୍ରଶିକ୍ଷକ ଏବଂ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା