ଓଡିଶା

କେଉଁଠି ରହିଲା ଭୁଲ୍ ? ଶିକ୍ଷା ଅଧିକାରୀଙ୍କୁ ମାଡ ମାରିଲେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀ…

ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀଙ୍କ ଉପରକୁ କାହିଁକି ହାତ ଉଠାଇଲେ ଦମ୍ପତି ତାକୁ ନେଇ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା । ଶୁଣିବାକୁ ମିଳିଛି ଯେ ଦୀର୍ଘ ଦିନ ଧରି ଶାନ୍ତିଲତା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିନା କରାଣରେ ଏବଂ ବିନା ନୋଟିସରେ ତାଙ୍କର ଦରମା କାହିଁକି ବନ୍ଦ କରାଯାଇଛି ବୋଲି ସେ ଧାରଣା ଦେଇଥିବାବେଳେ ଘଟଣାକୁ ବିତିଲାଣି ଦୀର୍ଘ ସାଢ଼େ ୪ ମାସ । ଏଠି ପ୍ରଶ୍ନ ଉଠୁଛି ଯେ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷୟତ୍ରୀ ଧାରଣା ଦେଇଥିବା ଘଟଣା ଶିକ୍ଷା ଅଧିକାରୀ ଜାଣିଥିଲେ ସୁଦ୍ଧା ଆଜି ଯାଏଁ ଏ ନେଇ କାହିଁକି ପଦକ୍ଷେପ ଗ୍ରହଣ କରିନଥିଲେ । ନା ଜାଣିଶୁଣି ଶିକ୍ଷୟତ୍ରୀଙ୍କୁ ହଇରାଣ କରିବା ପାଇଁ କରାଯାଉଥିଲା ପ୍ରୟାସ । ତେବେ ଶିକ୍ଷୟତ୍ରୀ ଶାନ୍ତିଲତା ଏବଂ ତାଙ୍କ ସ୍ବାମୀ କାର୍ଯ୍ୟାଳୟ ଭିତରେ ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ଆମେ ଠିକ୍ ବୋଲି ଦର୍ଶାଉନାହୁଁ, ଏବଂ ଆଇନକୁ ହାତକୁ ନେବା ଠିକ ବୋଲି ଆମେ ପ୍ରକାଶ ମଧ୍ୟ କରୁନାହୁଁ । ହେଲେ ଜଣେ ଶିକ୍ଷୟତ୍ରୀ ନିଜର ନାର୍ଯ୍ୟ ହକ୍ ପାଇଁ ଦୀର୍ଘ ସାଢ଼େ ୪ ମାସ ହେବ ଧାରଣାରେ ବସିବା ମଧ୍ୟ କେତେ ଯୁକ୍ତିଯୁକ୍ତ । ଏତେ ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ୟା ସମାଧାନ ଦିଗରେ କାହିଁକି, କିଏ ପଦକ୍ଷେପ ଗ୍ରହଣ କଲେନି, ତାକୁ ନେଇ ଏବେ ଚାରିଆଡେ ପ୍ରଶ୍ନ । ତେବେ ଏଭଳି ଘଟଣା ପଛରେ ପ୍ରକୃତ ଦାୟୀ କିଏ ଏହା ତ ସମୟ ନିର୍ଣ୍ଣୟ କରିବ ।

ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରିଥିଲେ ଏକ ଶିକ୍ଷକ ଦମ୍ପତି । ଘଟଣା ସ୍ଥଳରୁ ତୁରନ୍ତ ଆହତ ଡିଇଓଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତିଙ୍କୁ ଟାଉନ୍ ଥାନା ପୋଲିସ୍ ନିଜ ହେପାଜତକୁ ନେଇଥିଲେ । ଡିଇଓ ଶ୍ରୀମତୀ ସେନାପତିଙ୍କୁ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତି ହେଲେ ସୁମନ ସାହୁ ଓ ଶାନ୍ତିଲତା ସାହୁ । ଶାନ୍ତିଲତାଙ୍କର କହିବା ଅନୁଯାୟୀ ତାଙ୍କର ୪ ବର୍ଷ ୮ ମାସର ଦରମା ବନ୍ଦ କରି ଦିଆଯାଇଛି । ବିନା କାରଣରେ ତାଙ୍କ ଦରମା ବନ୍ଦ କରାଯାଇଛି । ନା ତାଙ୍କ ନାଁରେ କିଛି କେସ୍ କରାଯାଇଛି ନା ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସେହିଭଳି ତାଙ୍କୁ କୌଣସି ନୋଟିସ୍ ମଧ୍ୟ ଜାରି କରାଯାଇ ନାହିଁ । ଦରମା ପାଇଁ ସେ ସାଢ଼େ ୪ ମାସ ହେଲା ଧାରଣାରେ ବସିଥିଲେ । କିନ୍ତୁ ତାଙ୍କ ଦରମା ପ୍ରଦାନ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିଲା, ଯାହାକୁ ନେଇ ସେ ମାନସିକସ୍ତରରେ ଭାଙ୍ଗିପଡିଥିଲେ ।

ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ସବୁଦିନ ଭଳି ଗତ ମଙ୍ଗଳବାର ଶାନ୍ତିଲତା ସାହୁ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ତାଙ୍କ ସହିତ ତାଙ୍କ ସ୍ୱାମୀ ଥିଲେ । ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ଏକ ବୈଠକ ସାରି ଡିଇଓ ଖାଇବା ପାଇଁ ଯାଉଥିବା ବେଳେ ଶାନ୍ତିଲତା ତାଙ୍କ ସାମ୍ନାକୁ ଆସି  ଦରମା ବାବଦରେ କିଛି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ଡିଇଓଙ୍କ ମୁହଁକୁ ମୁଥ ମାରିଥିଲେ । ଶାନ୍ତିଲତା ମଧ୍ୟ ଚପଲ ଖୋଲି ଡିଇଓଙ୍କୁ ବାଡ଼େଇବାକୁ ପ୍ରୟାସ କରିଥିଲେ । ତେବେ ସେହି ସମୟରେ ଅଫିସ୍‌ରେ ଜଣେ କର୍ମଚାରୀ ତାଙ୍କୁ ଧରି ପକାଇଥିଲେ । ତେବେ ଘଟଣାରେ ଡିଇଓଙ୍କ ପାଟି ଓ ନାକରୁ ରକ୍ତ ବାହାରିଥିଲା । ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା