ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍

କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଆସନ୍ତା ଜୁନ୍ ୧୨ରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍ ଖେଳାଯାଇ ପାରିନଥିଲା । ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନସ୍ଥଳ ଘୋଷଣା କରିଛି । ଏଥିରୁ ଗୋଟିଏ ମ୍ୟାଚ୍ ବାରବାଟୀରେ ଖେଳାଯିବ ।
ସୂଚନା ଅନୁସାରେ, ବାରବାଟୀରେ ଫେବୃଆରୀ ୧୫ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା । ତେବେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡା ସୂଚୀରେ କାଣ୍ଟଛାଣ୍ଟ କରିଥିଲା । ଦିନିକିଆ ଏବଂ ଟି-୨୦ ସିରିଜ୍ ଦୁଇଟି ସହର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏବଂ ଟି-୨୦ ସିରିଜ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଛି ।