ଓଡିଶା

କନ୍ଦରପୁରସ୍ଥିତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାଗଣା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ

କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁରଠାରେ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମାଗଣା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କଟକ ସଦର ବ୍ଲକ ବିଡ଼ିଓ ରାଜୀବ ଲୋଚନ ପରିଡ଼ା ଏହାକୁ ଉଦ୍ଘାଟନ କରିଥିବାବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଲି, କନ୍ଦରପୁର ସରପଞ୍ଚ ସୁଭାଶିନି ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ , ସିଡିପିଓ ପ୍ରମୁଖ ଯୋଗଦେଇଥିଲେ ।

ଶିବିରରେ ମୋଟ ୧୯ ଟି ବିଭାଗର ଅଭିଜ୍ଞ ଡାକ୍ତରଙ୍କ ସାମିଲ ହୋଇ ସାଧାରଣ ଜନତାଙ୍କ ଚିକିତ୍ସା କରିଥିଲେ । କେନ୍ଦ୍ର ସରକାରଙ୍କ ସହାୟତାରେ ଓ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଏହି ଶିବିରରେ ଅନେକ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦରବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ପରମହଂସ ସରପଞ୍ଚ ଅଶୋକ ପାତ୍ର, ଆୟତପୁର ସରପଞ୍ଚ ରାକେଶ ବେହେରା, ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ଯୁବନେତା କାଳନ୍ଦୀ ସ୍ୱାଇଁଙ୍କ ସମେତ ଅନେକ ଜନସାଧାରଣ ସହଯୋଗ କରିଥିଲେ । ଏହା ସହ ଶିବିରରେ ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟାରାଣି ଦାଶ, ଶିବାନୀ ବୋଷ, ଭାରତୀ ଦାସ, ମଙ୍ଗୁଳି ସେନ ବେହେରା ଓ ମିନତି ବେହେରା ପ୍ରମୁଖଙ୍କ ସହିତ ଆୟୁଷ ଡାକ୍ତର ଶୁବାଶିଷ ଶତପଥୀ ଓ ଡାକ୍ତର ସଂଜୀବ ମହାନ୍ତି ଓ ବହୁ କର୍ମଚାରୀ ଉପସ୍ଥିତ ରହି ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ ।

କଟକରୁ ବିଭୁ ପ୍ରସାଦ ସ୍ବାଇଁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା