ଓଡିଶା

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ, ବିକାଶ ପାଇଁ ଚାଲିଛି ରଣନୀତି

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ । ଦାୟିତ୍ୱ ନେବା ପରଠୁ ଏନ୍ଏସିର ବିକାଶ ନିମନ୍ତେ ସଦା ତତ୍ପର ରହୁଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ପ୍ରତ୍ୟେକ ୱାର୍ଡକୁ ପ୍ରତ୍ୟେହ ବୁଲିବା ସହ ଅଗାମୀ ଦିନରେ କେମିତି ବିକାଶ ହେବ ସେ ନେଇ ଜନସାଧାରଣଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ, ସୁନ୍ଦର, ପ୍ଲାଷ୍ଟିକ ମୁକ୍ତ ସହର ଭାବେ ଗଢି ତୋଳିବା ସ୍ବପ୍ନ ନେଇ ଅଧ୍ୟକ୍ଷ ଆଗେଇ ଚାଲିଥିବାବେଳେ ତାଙ୍କର ଏତାଦୃଶ କାର୍ଯ୍ୟଶୈଳୀକୁ ପସନ୍ତ କରୁଛନ୍ତି କୋଦଳାବାସୀ । ବୁଧବାର ଶ୍ରୀ ନାୟକ କୋଦଳା ଏନଏସିର ୧୩, ୭ ଓ ୮ନମ୍ବର ୱାର୍ଡ ବୁଲିବା ସହ ପୂର୍ବରୁ ହୋଇଥିବା ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି । ଏହା ସହ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ଗାର୍ଡ ୱାଲ ନିର୍ମାଣ, ପାର୍କ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଉପାଧ୍ୟକ୍ଷା ରଂଜିତା ସେଠି, କୋଦଳା ଏନ୍ଏସିର କନିଷ୍ଠଯନ୍ତ୍ରୀ ଓ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା