ଭୁବନେଶ୍ବରରେ ମେୟର ପ୍ରାର୍ଥୀ ସୁଲୋଚନା ଆଗରେ

ଭୁବନେଶ୍ବର ମହାନଗର ନିଗମରେ ଟ୍ରେଣ୍ଡ ଅନୁସାରେ ଆଗୁଆ ରହିଛି ବିଜେଡି । ବିଜେଡିର ପ୍ରାର୍ଥୀ ସୁଲୋଚନା ଦାସ 11 ହଜାର 3 ଶହ 12 ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ସୁନିତୀ ମୁଣ୍ଡ 7 ହଜାର 58 ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 4 ଶହ 34 ଭୋଟରେ ଆଗୁଆ ରହିଛି । ଏବେ ସୁଦ୍ଧା ବିଜେଡି 4 ହଜାର 2 ଶହ 54 ଖଣ୍ଡ ଭୋଟରେ ଆଗୁଆ ରହିଛି । ତେବେ ଚଳିତ ଥର ଭୁବନେଶ୍ବର ମହାନଗର ନିଗମ କେଉଁ ମହିଳା ପ୍ରାର୍ଥୀଙ୍କୁ ପ୍ରଥମ ମହିଳା ମେୟର ମୁକୁଟ ପନ୍ଧାଇବ ତାକୁ ନେଇ ଚାରିଆଡେ ଚର୍ଚ୍ଚା ।